ପୁରୀ ଅଫିସ,୧୦।୩: ପୁରୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ବୁଧବାର ପୁରୀ ବଡ଼ଦାଣ୍ଡ ମରୀଚିକୋଟ ଛକ ନିକଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪୩ ଦେକାନ ପୋଡ଼ି ଛାରକାର ହୋଇଥିବା ବେଳେ ଶୁକ୍ରବାର ନୀଳାଦ୍ରି କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସଠାରୁ ନୀଳାଦ୍ରି କମ୍ପ୍ଲେକ୍ସର ଦୂରତା ଖୁବ୍ କମ।