Advertisement

ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ କର୍ମଚାରୀ ଗୁରୁତର

ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ସଙ୍ଘାପସି ଗ୍ରାମରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ ସ୍କ୍ବାଡ୍‌ କର୍ମଚାରୀ ଗୁରୁତର ହୋଇଛନ୍ତି। କୁରଡ଼ପୋସି ଗ୍ରାମର ନାରାୟଣ ସାହୁ ହାତୀ ଘଉଡାଇବା ପାଇଁ ନିୟୋଜିତ ହୋଇଥିବା ବେଳେ ବୁଧବାର ବିଳମ୍ବିତ ରାତି ସଙ୍ଘାପସି ଗ୍ରାମରେ ହାତୀ ଆକ୍ରମଣ କରିଥିଲା। ନାରାୟଣ ଏକ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ନାରାୟଣଙ୍କୁ ହାତୀ ତଳେ କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲା ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ତଳେ ସଙ୍ଘାପସି ଗ୍ରାମରେ ତଳେ କଚାଡ଼ି ଜଣେ ମହିଳାଙ୍କ ଜୀବନ ନେଇଥିଲା ଦନ୍ତା। ତେବେ ନରହନ୍ତା ଦନ୍ତାହାତୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share