ଆଉ ଜଣେ ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଭଦ୍ରକ ଅଫିସ,୧ା୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ପଞ୍ଚାୟତ ଛେଡ଼ାକ ଗ୍ରାମରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ବାସଭବନରେ ଗୁରୁବାର ଅଚାନକ ଆୟକର ବିଭାଗର ଚଢ଼ାଉ ଜାରି ରହିଛି। ଆୟକର ବିଭାଗର ଏକ ୫ ଜଣିଆ ଟିମ୍‌ ଘରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ପୂର୍ବରୁ ଅନେକ ଅଭିଯୋଗ ହୋଇଥିବା ବେଳେ ଆଜି ସକାଳେ କୋଟିପତି ତଥା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଘରେ ଆୟକର ବିଭାଗର ଟିମ୍‌ ବିଭିନ୍ନ ପ୍ରକାର କାଗଜପତ୍ର ଯାଞ୍ଚ କରୁଛନ୍ତି। ଦିଗମ୍ବର ଏକ ଚିଙ୍ଗୁଡ଼ି ଫାଇନାନ୍ସ କମ୍ପାନୀର ଏଜେନ୍ସି ନେଇନ୍‌ଥିବା ସୂଚନା ମିଳିଛି।