Categories: ଜାତୀୟ

ଦଳକୁ ଫେରିବାକୁ ଚାହୁଁଛନ୍ତି ଆଉ ଜଣେ ଟିଏମ୍‌ସି ନେତା

କୋଲକାତା,୬।୬: ପଶ୍ଚିମବଙ୍ଗରେ କିଛି ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ମତ ବଦଳାଇ ପୂର୍ବ ଦଳକୁ ଫେରିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଘଟଣାରେ ପ୍ରଦୀପ ବିଶ୍ୱାସ ଏବଂ ସୋନାଲି ଗୁହା ସାମିଲ ଅଛନ୍ତି। ସେ ମଧ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଟିଏମ୍‌ସି ଫେରିଯିବାକୁ ଚାହୁଁଛନ୍ତି। ଏବେ ହୁଗୁଳିର ଉତ୍ତରପଡାର ପୂର୍ବତନ ବିଧାୟକ ପ୍ରବୀର ଘୋଷାଲ ମଧ୍ୟ ଟିଏମ୍‌ସି ଫେରିଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ପ୍ରବୀର ଭାଜପା ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ନିକଟରେ ମୋର ମା’ଙ୍କର ଦେହାନ୍ତ ହୋଇଛି। ଟିଏମ୍‌ସି ଏମ୍‌ପି କଲ୍ୟାଣ ବନ୍ଦୋପାଧ୍ୟାୟ ଏବଂ ବିଧାୟକ କାଞ୍ଚନ ମଲିକ ମୋତେ ଫୋନ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମବେଦନା ଜଣାଇଛନ୍ତି। କେବଳ ସ୍ଥାନୀୟ ଭାଜପା ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ଏଥିରେ ମୁଁ ଟିକିଏ ନିରାଶ ଅନୁଭବ କରୁଛି ବୋଲି ସେ କହିଛନ୍ତି। ନିକଟରେ ଏକ ଫେସ୍‌ବୁକ ପୋଷ୍ଟରେ ଭାଜପା ଜାତୀୟ ଉପାଧ୍ୟକ୍ଷ ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ମମତା ବାନାର୍ଜୀଙ୍କୁ ଆବଶ୍ୟକ ସମୟରେ ତାଙ୍କ ପରିବାର ପାଖରେ ପହଞ୍ଚିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଟିଏମ୍‌ସିର ଶୀର୍ଷ ସୂତ୍ରରୁ ଜଣାପଡିଛି ଯେ, ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିବା କିଛି ନେତା ପୁଣି ଟିଏମ୍‌ସିରେ ଯୋଗଦେବାକୁ ଚାହୁଁଛନ୍ତି।

Share