Categories: ଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୧୫।୭: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦ୍ୱିଗୁଣ ସୁବିଧା ପାଇବାକୁ ଯାଉଛନ୍ତି। ୨୮ ପ୍ରତିଶତ ମହଙ୍ଗା ଭତ୍ତା ପରେ ଏବେ ଘର ଭଡା ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ‘ଏଚ୍‌ଆର୍‌ଏ’ ମଧ୍ୟ ବୃଦ୍ଧି ପାଇପାରେ। ମହଙ୍ଗା ଭତ୍ତା ବୃଦ୍ଧି ସହିତ, ‘ଏଚ୍‌ଆର୍‌ଏ’ ବୃଦ୍ଧି କରିବାର ନିୟମ ଅଛି। ଅର୍ଥ ମନ୍ତ୍ରଣାଳୟର ଏହା ଏକ ନିୟମ ଯେ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ‘ଏଚ୍‌ଆର୍‌ଏ’ ବୃଦ୍ଧି ପାଇଥାଏ। ଯେତେବେଳେ ମହଙ୍ଗା ଭତ୍ତା ହାର ୨୫ ପ୍ରତିଶତରୁ ଅଧିକ ହେବ, ଘର ଭଡା ଭଡା ୯ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୭ ପ୍ରତିଶତ ହେବ। ଯଦି ମହଙ୍ଗା ଭତ୍ତା ହାର ୫୦ ପ୍ରତିଶତରୁ ଅଧିକ ହୁଏ, ତେବେ ‘ଏଚ୍‌ଆର୍‌ଏ’ କୁ ୧୦, ୨୦ ଏବଂ ୩୦ ପ୍ରତିଶତ ବୃଦ୍ଧି କରାଯିବ। ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକ ପରେ ୨୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରାଯାଇଛି।

Share