Categories: ଖେଳ

ଭର୍ଷ୍ଟାପେନ୍‌ ଜିତିଲେ ବ୍ରାଜିଲିଆନ ଗ୍ରାଁ ପ୍ରି: ବିଜୟ ରେକର୍ଡ ସଂଖ୍ୟା ୧୭କୁ ବୃଦ୍ଧି

ସାଓ ପାଉଲୋ,୬ା୧୧: ତିନି ଥର ଚାମ୍ପିୟନ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ବ୍ରାଜିଲିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ସିଜନରେ ତାଙ୍କ ସର୍ବକାଳୀନ ବିଜୟ ରେକର୍ଡ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ତାଙ୍କ ଟିମ୍‌ମେଟ ସର୍ଗିଓ ପେରେଜଙ୍କୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ମ୍ୟାକଲରେନର ଲାଣ୍ଡୋ ନୋରିସ ଓ ଆଷ୍ଟନ ମାର୍ଟିନର ଫର୍ନାଣ୍ଡୋ ଆଲୋସୋଁ ରେସ୍‌ରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଯଥାକ୍ରମେ ୫ମରୁ ୧୦ମ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ହେଲେ ଲାନ୍ସ ଷ୍ଟ୍ରୋଲ (ଆଷ୍ଟନ ମାର୍ଟିନ), କାର୍ଲୋସ ସେଞ୍ଜ ଜୁନିୟର (ଫେରାରି), ପିଏରେ ଗାସ୍‌ଲି (ଆଲପାଇନ୍‌), ଲୁଇସ୍‌ ହାମିଲଟନ (ମର୍ସିଡିଜ), ୟୁକି ତିିସୁନୋଦା (ଆଲ୍‌ଫତାଉରି) ଓ ଏଷ୍ଟିବାନ ଓକନ (ଆଲପାଇନ୍‌)।

Share