Categories: ଜାତୀୟ

କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୦।୧: କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ତେଲଙ୍ଗାନାର ର୍ନିମଲ ଜିଲାର ଜଣେ ୪୨ ବର୍ଷିୟ ସ୍ବାସ୍ଥ୍ୟ କର୍ମୀ ବୋଲି ସୂଚନା ମିଳିଛି।  ସ୍ବାସ୍ଥ୍ୟ କର୍ମୀ ଜଣକ ୧୯ତାରିଖରେ ସ୍ଥାନୀୟ ଡାକ୍ତରଖାନାରେ କରୋନା ଟିକାକରଣ କରାଇଥିଲେ । ପରେ ତାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ଏନେଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ଆଣିଥିଲେ। ବୁଧବାର ସେହି ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଜି. ଶ୍ରୀନିବାସା ରାଓ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି, ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଟିକା କାରଣରୁ ନୁହେଁ। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ।

Share