Categories: ଜାତୀୟ

ବଡ଼ ଧରଣର ବିସ୍ଫୋରଣ ଘଟାଇବା ଯୋଜନାରେ ଥିଲେ ଆତଙ୍କବାଦୀ

ଶ୍ରୀନଗର,୨୭।୬: ଜମ୍ମୁ ବିମାନ ବନ୍ଦରରେ ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଷ୍ଟେଶନ ଉପରେ ଦୁଇଟି ଡ୍ରୋନ ଆକ୍ରମଣ ପରେ ରବିବାର ସକାଳେ ଉଦ୍ଧାର ହୋଇଛି ଆଇଇଡି ବୋମା। ଏହି ବୋମା ଦ୍ୱାରା ସର୍ବସାଧାରଣ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ ଆତଙ୍କବାଦୀ। ଉଦ୍ଧାର ହୋଇଥିବା ଆଇଇଡି ବୋମା ସହ ୪ କେଜି ବିସ୍ଫୋରକ ଖଞ୍ଜା ଯାଇଥିଲା। ଏହି ବୋମା ଉଦ୍ଧାର ହେବା ପରେ ଜମ୍ମୁ ଉପରୁ ବଡ଼ ବିପଦ ଟଳିଥିବା କହିଛନ୍ତି ଜମ୍ମୁ-କଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂ।

ଜମ୍ମୁର ନରଓ୍ବାଲ ଅଞ୍ଚଳର ବାନିହାଲ ବାସିନ୍ଦା ନଦୀମ ଉଲ ହକ୍‌(୨୨)ଙ୍କ ଠାରୁ ବୋମା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି। ତେବେ ସେ ବିମାନ ବନ୍ଦର ବିସ୍ଫୋରଣରେ ସମ୍ପୃକ୍ତ ନ ଥିଲେ ବୋଲି ଦିଲବାଗ ସ୍ପଷ୍ଟ କରିଛନ୍ତି।

Share