Categories: ଜାତୀୟ

କୋଲକାତାରେ ପୁଣି ଏକ ଛାତିଥରା ଘଟଣା! ମିଳିଲା ମହିଳାଙ୍କ ରକ୍ତଭିଜା ମୃତଦେହ, ଶରୀରରେ ହୋଇଛି…

କୋଲକାତା,୨୧।୮: ପଶ୍ଚିମବଙ୍ଗର କୋଲକାତାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆଉଜଣେ ମହିଳାଙ୍କ ମୃତଦେହ ମିଳିଛି। ମହିଳାଙ୍କ ଶରୀର ରକ୍ତରେ ଭିଜି ଯାଇଛି। ମହିଳାଜଣକ କିଏ, ସେ କେଉଁଠାରୁ ଆସିଛନ୍ତି ଏବଂ କଣ କରୁଛନ୍ତି ସେ ବିଷୟରେ କୌଣସି ସୂଚନା ଏଯାଏଁ ମିଳିପାରି ନାହିଁ।

ଆନନ୍ଦପୁର ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଶରୀର ସଂପୂର୍ଣ୍ଣ ରୂପେ ରକ୍ତରେ ଭିଜିଯିବା ସହ ଶରୀରରେ ଅନେକ ଗଭୀର କ୍ଷତ ଚିହ୍ନ ରହିଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ସେମାନଙ୍କ ହେପାଜତରେ ନେଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଜଣା ପଡିବ କି ମହିଳାଙ୍କୁ ହତ୍ୟା କରାଯାଇଛି ନା ବଳାତ୍କାର ମଧ୍ୟ ହୋଇଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ମହିଳାଙ୍କ ତଥ୍ୟ ଅନୁସନ୍ଧାନ କରୁଛି। ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଭୟ ବଢି ଯାଇଛି।

ଏହାପୂର୍ବରୁ ଅଗଷ୍ଟ ୯ରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ହତ୍ୟା ପୂର୍ବରୁ ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର କରାଯାଇଥିଲା। ଏହି ମାମଲାରେ ପୋଲିସ ସଞ୍ଜୟ ରୟଙ୍କୁ ଗିରଫ କରିଛି। ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ କରୁଛି।

Share