Categories: ଜାତୀୟ

ନିଟ୍‌ କେଳେଙ୍କାରୀ ଭିତରେ ଆଉ ଏକ ଘଟଣା, MBBS ସିଟ ପାଇଁ ଦେଲେ ୧୬.୩୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୮।୬: ଡାକ୍ତରୀପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ନିଟ ପରୀକ୍ଷା କେଳେଙ୍କାରୀ ମାମଲା ପୁରା ଦେଶରେ ହଇଚଇ ସୃଷ୍ଟି କରିଛି। ଏସବୁ ଭିତରେ ମେଡିକାଲ ପାଠ୍ୟକ୍ରମକୁ ନେଇ ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ଗୁଜରାଟର ମେହସାନାରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା।

ଏଠାରେ ଜଣେ ହୋମିଓପାଥି ଡାକ୍ତର ଉତ୍ତର ପ୍ରଦେଶର ଗୋଟିଏ ବିଶ୍ୱବିଦ୍ୟାଳୟରେ MBBS ସିଟ ପାଇଁ ୧୬.୩୨ ଲକ୍ଷ ଟଙ୍କା ଦେଇଛନ୍ତି। ସେ ପୂରା ଟଙ୍କା ଦେବା ପରେ ମାସକ ଭିତରେ ତାଙ୍କୁ ମେଡିକାଲ ଡିଗ୍ରୀ ଓ ପ୍ରମାଣପତ୍ର ମିଳି ଯାଇଛି। ସେ ଏଥିପାଇଁ କୌଣସି କ୍ଲାସ କରି ନାହାନ୍ତି କି କୌଣସି ଡାକ୍ତରୀ ପରୀକ୍ଷା ମଧ୍ୟ ଦେଇ ନାହାନ୍ତି।

ତେବେ ସେ ଏହି ଡିଗ୍ରୀ ନକଲି ବୋଲି ଜାଣିବା ପରେ ୨୦୧୯ରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପ୍ରାୟ ୫ ବର୍ଷ ପରେ ଅର୍ଥାତ ୨୦୨୪ ମସିହା ଜୁନ ୧୪ରେ ହିଁ ଏନେଇ ଗୋଟିଏ ଏଫଆଇଆର ରୁଜୁ ହୋଇଛି।

Share