ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ବିଶ୍ୱଦ୍ୟାଳୟରୁ ଥିଲେ ନିଖୋଜ

ଓ୍ବାଶିଂଟନ,୩୦।୧: ଗତ ଦୁଇ ଦିନ ମଧ୍ୟରେ ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିକଟରେ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ଆଟଲାଣ୍ଟାର ଏକ ଦୋକାନରେ ନିଶା ସେବନ କରିଥିବା ଜଣେ ଯୁବକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣା ପରେ ବର୍ତ୍ତମାନ ଶିକାଗୋର ଏକ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ହତ୍ୟା ମାମଲା ମଧ୍ୟ ସାମ୍ନାକୁ ଆସୁଛି। ରବିବାର ବିଶ୍ୱବିଦ୍ୟାଳୟ ପରିସରରୁ ନିଖୋଜ ହୋଇଯାଇଥିବା ଛାତ୍ର ନିଲ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ପୋଲିସ ନିଶ୍ଚିତ କରିଛି।
ପଶ୍ଚିମ ଲାଫାୟେଟର ୫୦୦ଏଲିସନ ରୋଡରେ ରବିବାର ସକାଳ ପ୍ରାୟ ସାଢେ ୧୧ଟା ସମୟରେ ଏକ ମୃତଦେହ ଜବତ ହୋଇଥିବା ସୂଚନା ମିଳିଥିବା ଅଧିକାରୀମାନେ କହିଛନ୍ତି। ଅନୁସନ୍ଧାନ ପରେ ଏହା ଏକ କଲେଜ ଯାଉଥିବା ଛାତ୍ରଙ୍କ ମୃତଦେହ ବୋଲି ଜଣାପଡିଛି। ମୃତକଙ୍କ ନାମ ଭାରତୀୟ ମୂଳ ଛାତ୍ର ନିଲ ଆଚାର୍ଯ୍ୟ ବୋଲି ଜଣାପଡିଛି।
ଏହାପୂର୍ବରୁ ରବିବାର ନିଲଙ୍କ ମା’ ଗୌରୀ ଆଚାର୍ଯ୍ୟ ଏକ୍ସରେ ପୋଷ୍ଟ କରି ତାଙ୍କ ପୁଅକୁ ଖୋଜିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ – ଆମ ପୁଅ ନିଲ ଆଚାର୍ଯ୍ୟ ଜାନୁଆରୀ ୨୮ ରୁ ନିଖୋଜ ଅଛନ୍ତି। ସେ ଆମେରିକାର ପଡର୍ୟୁ ବିଶ୍ୱବିଦ୍ୟାଳୟର ଛାତ୍ର। ତାଙ୍କୁ ଶେଷ ଥର ପାଇଁ ଜଣେ ଉବର କ୍ୟାବ ଡ୍ରାଇଭର ପଡର୍ୟୁ ବିଶ୍ୱବିଦ୍ୟାଳୟରେ ଛାଡି ଦେଇଥିଲେ। ଆମେ ତାଙ୍କ ସୂଚନା ଚାହୁଁଛୁ। ଯଦି ଆପଣ କିଛି ଜାଣିଛନ୍ତି। ଆମକୁ ସାହାଯ୍ୟ କରନ୍ତୁ।
ତାଙ୍କ ପୋଷ୍ଟ ପରେ ଶିକାଗୋର କନସୁଲେଟ ଜେନେରାଲ ଟୁଇଟର ବା ଏକ୍ସରେ ପୋଷ୍ଟ କରିଛନ୍ତି ଯେ ସେମାନେ ସେ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ନିଲଙ୍କ ପରିବାର ସହ ମଧ୍ୟ ଏ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି। ଦୂତାବାସ ମଧ୍ୟ ସମସ୍ତ ପ୍ରକାର ସହାୟତା ବିଷୟରେ କହିଥିଲେ।
ମଲ୍ଟିମିଡ଼ିଆ ଏଜେନ୍ସି ପର୍ଡୁ ଏକ୍ସପୋନ୍ସନ ଅନୁଯାୟୀ ପଡର୍ୟୁ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ କ୍ରିସ କ୍ଲିଫଟନ ସୋମବାର ବିଭାଗ ଏବଂ ଅଧ୍ୟାପିକାଙ୍କୁ ଏକ ଇମେଲରେ ନିଲ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ

ତେଲ୍‌ ଆଭିଭ୍‌,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍‌ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।...

ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା

ଜାତିସଂଘ,୧୯ା୧୦:ଭାରତରେ ୨୩୪ ନିୟୁତର ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱର ୫ ସର୍ବାଧିକ ସଂଖ୍ୟକ ଦରିଦ୍ର ରହୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ...

ଚଳିତ ବର୍ଷ ଦ୍ୱିତୀୟଥର ରୁଷିଆ ଯିବେ ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮ା୧୦: ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରୁଷିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ଜୁଲାଇ...

ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ…

ଜେରୁଜେଲମ,୧୮।୧୦: ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ପଛରେ ଥିଲେ ହମାସ ମୁଖ୍ୟ ୟାହିୟା ସିନଓ୍ବାର। ଏହି ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri