ପାରାଦୀପ ବନ୍ଦରରେ ପୁଣି ଏକ ବୃହତ୍‌ ଜାହାଜ ଲାଗିଲା

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ରବିବାର ରାତିରେ ପୁଣି ଏକ ବୃହତ ଜାହାଜ ଏମ୍‌.ଭି ଲିଲା ଲିସବନ୍‌ ଲାଗିଛି। ଏଥିରେ ୧ ଲକ୍ଷ ୩୪ ହଜାର ୩୭୫ ମେଟ୍ରିକ ଟନ୍‌ ଜିପସମ ଆମଦାନୀ ହୋଇ ଆସିଛି। ଏତେ ପରିମାଣର ପଣ୍ୟ ଆସିବା ବନ୍ଦର ଇତିହାସରେ ସର୍ବାଧିକ ବୋଲି ଜଣାପଡିଛି। ଏହି ପଣ୍ୟ ଓମାନ ଦେଶରୁ ଗତ ୭ ତାରିଖରେ ବୋଝେଇ ହୋଇ ଆସିଥିଲା। ଉକ୍ତ ପଣ୍ୟ ଖଲାସ ବୋଝେଇ ଓ ପରିବହନ କାମ ସ୍ବସ୍ଥିକ୍‌ ଷ୍ଟିଭେଡର୍ସ ଏବଂ ଏହାର ଏଜେଣ୍ଟ ସିଟ୍ରାନ୍ସ ସିପ୍‌ ମ୍ୟାନେଜମେଣ୍ଟ ସର୍ଭିସକୁ ଦିଆଯାଇଛି। ଗତ ଫେବୃୟାରୀରୁ ରବିବାର ମଧ୍ୟରେ ଏଭଳି ୩ଟି ବୃହତ ଜାହାଜ ବନ୍ଦରରେ ଲାଗିଲାଣି।

Share