Categories: ଜାତୀୟ

ଉଦ୍ଧବ ଠାକ୍‌ରେଙ୍କ ହାତ ଛାଡିଲେ ଆଉ ଜଣେ ନେତା

ମୁମ୍ବାଇ,୧୭।୭: ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଚିଞ୍ଚୱାଡର ରାହୁଲ କଲାଟେ ଉଦ୍ଧବଙ୍କ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗଦେବେ। ରାହୁଲଙ୍କ ସହ ଅନେକ ୟୁବିଟି କର୍ମୀ ମଧ୍ୟ ଶିବସେନାରେ ଯୋଗଦେବେ। ରାହୁଲ କାଲାଟେ ଆଜି ପିମ୍ପ୍ରି ଚିଞ୍ଚୱାଡର ଚାରିଜଣ ପୂର୍ବତନ କର୍ପୋରେଟରଙ୍କ ସହ ଶିବସେନାରେ ଯୋଗଦେବେ। ସେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ନେତୃତ୍ୱରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
କିଛି ଦିନ ପୂର୍ବରୁ ଶିବସେନା (ୟୁବିଟି) ନେତା ମନୀଷା କାୟାଣ୍ଡେ ଏବଂ ନୀଲମ ଗୋରେ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଆଦିତ୍ୟ ଠାକରେଙ୍କ ନିକଟ ରାହୁଲ କନାଲ ମଧ୍ୟ ଶିବସେନାରେ ଯୋଗ ଦେଇଥିଲେ।

Share