୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆସନ୍ତା ୨ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ଅନ୍ୟକ୍ଷରେ, ସାମୁଦ୍ରିକ ଝଡ଼ ‘ନିଭାର୍‌’ ତୀବ୍ର ବାତ୍ୟାରେ ପରିଣତ ହୋଇ ବୁଧବାର ବିଳମ୍ବିତ ରାତି କିମ୍ବା ଗୁରବାର ସକାଳେ ପୁଡୁଚେରୀର କରାଇକେଲ ଓ ତାମିଲନାଡ଼ୁର ମାମଲାପୁରମ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Share