ଚାଇନାରେ ପୁଣି ଲକ୍‌ଡାଉନ୍‌

ବେଜିଂ,୧୪ା୧୦: ଚାଇନାରେ କରୋନା ଭାଇରସ୍‌ ପୁଣି ଥରେ ତା’ର କାୟା ବିସ୍ତାର କଲାଣି। ଫଳରେ ଚିନ୍ତାରେ ପଡ଼ିଛନ୍ତି ସରକାର। ଗତ ୩ ମାସ ମଧ୍ୟରେ ଚାଇନାରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ରିପୋର୍ଟ ହୋଇଛି। କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ୫ ଜିଲାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଶେଷ କଥା ହେଉଛି ଚାଇନାରେ ଏହି ଲକ୍‌ଡାଉନ୍‌ ଲାଗୁ କରାଯାଇଛି ଯେଉଁ ସମୟରେ କି ତାଇଓ୍ବାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି। ଏହା ବ୍ୟତୀତ ଚାଇନାରେ ଜାତୀୟ କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଅଟେ। ତେଣୁ ଲକ୍‌ଡାଉନ୍‌ ଯୋଗୁ ଅନେକ କ୍ଷେତ୍ରରେ ବାଧା ସୃଷ୍ଟି ହେବ।

Share