ଆସୁଛି ଲଘୁଚାପ, ନେବ କି ବାତ୍ୟା ରୂପ? ଜାଣନ୍ତୁ କ’ଣ କହୁଛି ପାଣିପାଗ ବିଭାଗ

ଭୁବନେଶ୍ୱର,୧୭।୧୦: ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନାନୁସାରେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ। ତେବେ ବାତ୍ୟା ନେଇ କୌଣସି ସୂଚନା ନାହିଁ।

ଅନ୍ୟପଟେ, ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗର ଲଘୁଚାପରେ ପରିଣତ ହେବ। କ୍ରମେ ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବ। ତେବେ ବାତ୍ୟା ନେଇ କୌଣସି ଆକଳନ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁହାଳରେ ପଶି ଛେଳିକୁ ଖାଇଲା ବାଘ

ଆର.ଉଦୟଗିରି,୧୭ା୧୦(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବନ ବିଭାଗ ଅଧୀନ ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି...

ଡିଭାଇଡରରେ ପିଟି ହେଲା ବିଏମ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୧୭।୧୦: ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀବିହାର-ଶୈଳଶ୍ରୀବିହାର ରାସ୍ତାରେ ଗୁରୁବାର ଏକ ଦାମୀ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଦାମୀ କାର୍‌ଟି ମୈତ୍ରୀବିହାର-ଶୈଳଶ୍ରୀବିହାର...

କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭିତ

ବାଲିଗୁଡା,୧୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ ୫ ଦିନ ହେଲା ବାଘ ଆତଙ୍କ...

ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ବାବୁମାନେ ବିମାନ ବୁଲାରେ…

ଭୁବନେଶ୍ୱର,୧୭ା୧୦: ପୂର୍ବ ସରକାରରେ ମନ୍ତ୍ରୀ ଏବଂ ବାବୁମାନେ ବିମାନ ବୁଲାରେ ଖର୍ଚ୍ଚ କରିଥିବା ଅର୍ଥକୁ ନେଇ ପୁଣି କଡ଼ା ଟାର୍ଗେଟ୍‌ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।...

ନଈ ମଝିରେ ଧକ୍କା ଖାଇ ବୁଡ଼ିଗଲା ଇଲିସି ବୋଝେଇ ଡଙ୍ଗା, ପରେ ଘଟିଲା ଏମିତି…

ଭୋଗରାଇ,୧୭ା୧୦(ପ୍ରଦୀପ ଦାସ): ପୂର୍ଣ୍ଣିମା ତିଥିରେ ସମୁଦ୍ର ଅଶାନ୍ତ ରହିଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରଚୁର ପରିମାଣର ଇଲିସି ଧରା ଦେଉଛନ୍ତି। ଇଲିସି ସନ୍ଧାନରେ ମତ୍ସ୍ୟଜୀବୀମାନେ...

ପୁଣି ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ ବିଜେଡି ଛାଡ଼ିପାରନ୍ତି…

ଭୁବନେଶ୍ୱର,୧୭ା୧୦: ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଗୁରୁବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ...

୨୨ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ! ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ୱର,୧୭ା୧୦: ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବାରୁ ରାଜ୍ୟରେ ପାଗ ଶୁଖିଲା ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri