୧୮ରେ ଆଉ ଏକ ଲଘୁଚାପ!

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଆସନ୍ତା ୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ, ଶୁକ୍ରବାର ଉତ୍ତରାଖଣ୍ଡ, ଉତ୍ତର-ପ୍ରଦେଶ, ଗୁଜୁରାଟର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ ଭାବେ ଅପସାରଣ ହୋଇଥିବା ବେଳେ ବିହାର, ଝାଡ଼ଖଣ୍ଡ, ଛତିଶଗଡ ଏବଂ ମହାରାଷ୍ଟ୍ରରୁ ଆଂଶିକ ଭାବେ ଅପସାରଣ ହୋଇଛି। ଆଗାମୀ ୩ ଦିନ ମଧ୍ୟରେ ପୂର୍ବ-ଭାରତ ଆହୁରି ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Another low pressure in 18!
Share