ଭୁବନେଶ୍ୱର,୧୬।୯(ବ୍ୟୁରୋ): ବଙ୍ଗୋପସାଗରରେ ଆସନ୍ତା ଅଗଷ୍ଟ ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଅଗଷ୍ଟ ୧୮ରୁ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୯ରୁ ବର୍ଷାର ପରିମାଣ ବଢି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ରାଜ୍ୟରେ ଲଗାତର ୨ଟି ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁ ଏହି ନିଅଣ୍ଟିଆ ବର୍ଷା ଭରଣ ହୋଇଛି। ୧ ଜୁନ ୨୦୨୨ରୁ ୧୫ ଅଗଷ୍ଟ ଯାଏ ୮୪୦.୧ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବର୍ଷା ୭୩୭.୧ ମିମି ତୁଳନାରେ ୧୪ ପ୍ରତିଶତ ଅଧିକ। ଏହି ସମୟ ମଧ୍ୟରେ ୧୧ ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ ୧୯ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି।
19 ଅଗଷ୍ଟ ବେଳକୁ ଉତ୍ତର -ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l
ପ୍ରଭାବରେ ରାଜ୍ୟରେ 18 ତାରିଖରୁ ବିସ୍ତୃତି ବର୍ଷାର ସମ୍ଭାବନା
18 ରେ ଉପକୂଳରେ ପ୍ରବଳ ବର୍ଷା
19ରେ ବଢିବ ବର୍ଷାର ପରିମାଣ, ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା
— Meteorological Centre, Bhubaneswar (@mcbbsr) August 16, 2022
ଭରଣ ହେଲା ନିଅଣ୍ଟିଆ!!!
1 ଜୁନ 2022 ରୁ 15 ଅଗଷ୍ଟ ଯାଏଁ ରେକର୍ଡ ହୋଇଛି 840.1 ମିମି ବର୍ଷା
ଯାହା ସ୍ୱାଭାବିକ ବର୍ଷା 737.1 ମିମି ତୁଳନାରେ 14 ପ୍ରତିଶତ ଅଧିକ
ଏହି ସମୟ ମଧ୍ୟରେ 11 ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ 19 ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି pic.twitter.com/aSfD9R8Gbo
— Meteorological Centre, Bhubaneswar (@mcbbsr) August 16, 2022
5 ତାରିଖ ଅର୍ଥାତ ଲଘୁଚାପ ସୃଷ୍ଟି ହେବା ପୂର୍ବରୁ ଏହି ବର୍ଷାର ପରିମାଣ 14 ପ୍ରତିଶତ କମ ଥିବାବେଳେ, 9 ଜିଲ୍ଲାରେ ସେହି ସମୟରେ ନିଅଣ୍ଟିଆ ବର୍ଷା ମଧ୍ୟ ରେକର୍ଡ ହୋଇଥିଲା
ଲଗାତାର 2ଟି ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁ ଏହି ନିଅଣ୍ଟିଆ ବର୍ଷା ଭରଣ ହୋଇଛି
ଦ୍ୱିତୀୟ ଅବପାତ ପ୍ରଭାବରେ 13 ରୁ 15 ମଧ୍ୟରେ 120 ମିମି ରୁ ଅଧିକ ବର୍ଷା ରେକର୍ଡ
— Meteorological Centre, Bhubaneswar (@mcbbsr) August 16, 2022