ଭୁବନେଶ୍ୱର,୧୬।୯(ବ୍ୟୁରୋ): ବଙ୍ଗୋପସାଗରରେ ଆସନ୍ତା ଅଗଷ୍ଟ ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଅଗଷ୍ଟ ୧୮ରୁ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୯ରୁ ବର୍ଷାର ପରିମାଣ ବଢି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ରାଜ୍ୟରେ ଲଗାତର ୨ଟି ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁ ଏହି ନିଅଣ୍ଟିଆ ବର୍ଷା ଭରଣ ହୋଇଛି। ୧ ଜୁନ ୨୦୨୨ରୁ ୧୫ ଅଗଷ୍ଟ ଯାଏ ୮୪୦.୧ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବର୍ଷା ୭୩୭.୧ ମିମି ତୁଳନାରେ ୧୪ ପ୍ରତିଶତ ଅଧିକ। ଏହି ସମୟ ମଧ୍ୟରେ ୧୧ ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ ୧୯ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି।