Posted inଜାତୀୟ

ଜାଳିଦେଲେ ଆଉ ଏକ ମସ୍‌ଜିଦ

ଗୁରୁଗ୍ରାମ,୪/୮:ହରିୟାଣାର ନୁହ ଜିଲାରେ ଉତ୍ତ୍ୟକ୍ତ ଲୋକେ ଏକ ମସ୍‌ଜିଦରେ ନିଆଁ ଲଗାଇଦେଇଥିବାବେଳେ ଅନ୍ୟ ଏକ ମସ୍‌ଜିଦରେ ଶର୍ଟ ସର୍କିଟରୁ ନିଆଁ ଲାଗିଯାଇଥିବା ପୋଲିସ କହିଛି। ବୁଧବାର ରାତି ସାଢ଼େ ୧୧ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କେହି ଆହତ ହୋଇ ନାହାନ୍ତି। ଗୋଟିଏ ମସ୍‌ଜିଦ ବିଜୟ ଚୌକ ନିକଟରେ ଥିବାବେଳେ ଅନ୍ୟଟି ଏକ ଥାନା ପାଖରେ ରହିଛି। ଉଭୟ ମସ୍‌ଜିଦ କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲଗାଇଥିବା ଲୋକଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।
ନୁହରେ ସୋମବାରଠାରୁ ଆରମ୍ଭ ହୋଇଥିବା ସଂଘର୍ଷ ଗୁରୁଗ୍ରାମ, ସୋହନା ଏବଂ ଅନ୍ୟ ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିଯାଇଛି। ହିଂସା ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ୧୭୬ ଜଣଙ୍କୁ ଗିରଫ କରିଛି। ସୋମବାର ବିଶ୍ୱହିନ୍ଦୁ ପରିଷଦର ଧର୍ମୀୟ ଶୋଭାଯାତ୍ରାକୁ ଗୋଟିଏ ସମ୍ପ୍ରଦାୟର ଲୋକେ ଅଟକାଇବା ପରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଇତିମଧ୍ୟରେ ନୁହ, ଫରିଦାବାଦ, ପାଲଓ୍ବାଲ ଏବଂ ଗୁରୁଗ୍ରାମର ସୋହନା, ପଟୌଦି ଓ ମାନେସାରରେ ଇଣ୍ଟରନେଟ ସେବା ଆଂଶିକ ଆରମ୍ଭ ହୋଇଛି।
ରାଜ୍ୟରେ ଶାନ୍ତି ବଜାୟ ରଖିବା ଲାଗି ଗୃହମନ୍ତ୍ରୀ ଅନିଲ ଭିଜ୍‌ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏପର୍ଯ୍ୟନ୍ତ ସାମ୍ପ୍ରଦାୟିକ ହିଂସା ୫ ଜିଲାକୁ ବ୍ୟାପିଥିବାବେଳେ ଘଟଣାରେ ୯୩ ଏତଲା ଦାଏର ହେବା ସହ ୧୭୬ ଜଣଙ୍କୁ ଗିରଫ କରାଯାଇଛି। ନୁହରେ କର୍ଫ୍ୟୁ ଜାରି ରହିଥିବାବେଳେ ଅର୍ଦ୍ଧସାମରିକ ଯବାନମାନେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଗୁରୁଗ୍ରାମର ମୁସଲମାନମାନେ ଶୁକ୍ରବାର ମସ୍‌ଜିଦ ନ ଯାଇ ଘରେ ନମାଜ ପାଠ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁଗ୍ରାମର ଜମାଏତ୍‌ ଉଲମାର ଅଧ୍ୟକ୍ଷ ମୁଫ୍‌ତି ସଲିମ କାସ୍‌ମି ଏକ ଭିଡିଓ ବାର୍ତ୍ତାରେ ମୁସଲମାନମାନଙ୍କୁ ମସ୍‌ଜିଦ କିମ୍ବା ସର୍ବସାଧାରଣ ସ୍ଥାନଠାରୁ ନିଜକୁ ଦୂରେଇ ରଖିବାକୁ କହିଛନ୍ତି।
ହରିୟାଣାରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଦିଗରେ ସ୍ଥାନୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି। ହରିୟାଣା ହିଂସାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ମନ୍ତବ୍ୟ ଦେବା ପରେ ଭାରତର ପ୍ରତିକ୍ରିୟା କ’ଣ ବୋଲି ପ୍ରଶ୍ନ ହେବାରୁ ବାଗ୍‌ଚୀ ଏହା କହିଥିଲେ। ହିଂସାକାଣ୍ଡ ଠାରୁ ଦୁରେଇ ରହିବା ଜରୁରୀ ବୋଲି ବୁଧବାର ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ। ଶାନ୍ତି ବଜାୟ ରଖିବାରେ ସମସ୍ତ ଦଳ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଥିଲେ।
ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ବିଷୟ/ଭିଡିଓ/ଫଟୋ ଏବଂ ଘୃଣା ମନ୍ତବ୍ୟ ବନ୍ଦ ଲାଗି ପ୍ଲାଟ୍‌ଫର୍ମ ଉପରେ ନଜର ରଖିବା ନିମନ୍ତେ ହରିୟାଣା ସରକାର ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ସମସ୍ତ ଆନୁଷଙ୍ଗିକ ସଂସ୍ଥା ସହ ସମନ୍ବୟ ରକ୍ଷାକରି ଶାନ୍ତି ବଜାୟ ରଖିବା ଦିଗରେ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri