Categories: ଜାତୀୟ

ମୁନ ମିଶନ: ଚନ୍ଦ୍ରାୟନ-୩ ପରେ ରୁଷିଆର ଲୁନା-୨୫ ଲଞ୍ଚ, ଇସ୍ରୋ ଜଣାଇଲା ଶୁଭେଚ୍ଛା

ନୂଆଦିଲ୍ଲୀ,୧୧।୮: ଭାରତ ପରେ ଏବେ ରୁଷିଆ ଲୁନର ମିଶନ ଲୁନା-୨୫ ଲଞ୍ଚ କରିଛି। ୪୭ ବର୍ଷ ପରେ ରୁଷିଆ ଏହାକୁ ପଠାଇଛି। ଶୁକ୍ରବାର ଲଞ୍ଚ ହେବାକୁ ଥିବା ଏହି ଚନ୍ଦ୍ରାୟନ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ରୁଷିଆ ମହାକାଶ ଗବେଷଣା ସଂସ୍ଥାକୁ ଶୁଭେଚ୍ଛା ଜଣାଇଛି। ଇସ୍ରୋ ଆହୁରି ମଧ୍ୟ କାମନା କରିଛି କି ଚନ୍ଦ୍ରାୟନ-୩ ଓ ଲୁନା-୨୫ ଉଭୟ ମିଶନ ନିଜର ଲକ୍ଷ୍ୟ ହାସଲ କରନ୍ତୁ।

ଇସ୍ରୋ କହିଛି ଯେ ଲୁନା-୨୫ର ସଫଳ ଉତକ୍ଷେପଣ ପାଇଁ ରସକୋସମୋସକୁ ଆମର ଅଭିନନ୍ଦନ। ଆମ ମହାକାଶ ଯାତ୍ରାରେ ଆଉ ଏକ ସାକ୍ଷାତ୍‌ ରହିବା ଆଶ୍ଚର୍ଯ୍ୟଜନକ। ସେମାନଙ୍କ ଲକ୍ଷ୍ୟ ହାସଲ ପାଇଁ ଚନ୍ଦ୍ରୟାନ-୩ ଏବଂ ଲୁନା-୨୫ ମିଶନକୁ ଶୁଭେଚ୍ଛା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରସ୍କୋସମୋସ ହେଉଛି ରୁଷିଆର ସ୍ପେସ ଏଜେନ।
ଶୁକ୍ରବାର ଲଞ୍ଚ ହେବାକୁ ଥିବା ଲୁନା-୨୫ ମିଶନ ବିଷୟରେ ରୁଷିଆର ସ୍ପେସ ଏଜେନ୍ସି ରସକୋସମୋସ ନିଶ୍ଚିତ କରିଛି। ଏହାପୂର୍ବରୁ, ରସକୋସମୋସ ୧୯୭୬ରେ ଲୁନା-୨୪ଲଞ୍ଚ କରିଥିଲା। ଦୀର୍ଘ ୪୭ ବର୍ଷ ପରେ ରୁଷିଆ ଏହାର ଯାନ ପଠାଇଛ। ମସ୍କୋଠାରୁ ପ୍ରାୟ ୫,୫୦୦କିଲୋମିଟର ପୂର୍ବରେ ଅବସ୍ଥିତ ଆମୁର ଓବ୍ଲାଷ୍ଟର ଭୋଷ୍ଟୋନି କସମୋଡ୍ରୋମରୁ ଲୁନା ୨୫ଲଞ୍ଚ କରାଯାଇଥିଲା । କୁହାଯାଉଛି ଯେ ଭାରତର ଚନ୍ଦ୍ରୟାନ-୩ ପୂର୍ବରୁ ରୁଷିଆର ଲୁନା-୨୫ ଚନ୍ଦ୍ର ଉପରେ ପାଦ ଦେବ।

Share