Posted inଜାତୀୟ

ଆଖି ବୁଜିଲେ ଆଉ ଜଣେ ନିର୍ଭୟା

ମୁମ୍ବାଇ, ୧୨।୯: ମୁମ୍ବାଇର ସାକିନାକା ଅଞ୍ଚଳରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି ଘଟିଛି। ଶୁକ୍ରବାର ଭୋର୍‌ ସମୟରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍‌ ପୂରାଇ ଦିଆଯାଇଥିଲା। ହସ୍ପିଟାଲରେ ୩୬ ଘଣ୍ଟା ଧରି ମୃତ୍ୟୁ ସହ ଲଢ଼ିବା ପରେ ପୀଡ଼ିତା ଆଖି ବୁଜିଛନ୍ତି। ସିସିଟିଭି ଫୁଟେଜ୍‌ ସହାୟତାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ବୀଭତ୍ସ ହତ୍ୟା ଘଟଣାକୁ ମନେ ପକାଇଦେଉଛି।
ମୁମ୍ବାଇର ସାକିନାକା ଅଞ୍ଚଳର ଚାନ୍ଦିଭିଲି ଷ୍ଟୁଡିଓ ନିକଟରେ ଡ୍ୟୁଟିରେ ଥିବା ଜଣେ ସୁରକ୍ଷା କର୍ମୀ ଶୁକ୍ରବାର ଭୋର ୩ଟା ୧୫ ସମୟରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଜଣେ ମହିଳାଙ୍କୁ ନିର୍ଘାତ ମାଡ଼ ମରାଯାଉଥିବା ସମ୍ପର୍କରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଏକ ଟେମ୍ପୋରୁ ମହିଳାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ରାଜାଓ୍ବାଡ଼ି ହସ୍ପିଟାଲକୁ ନେଇଥିଲା। ଏକାଧିକ ଅସ୍ତ୍ରୋପଚାର ସତ୍ତ୍ୱେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିବା ଡିସିପି ମହେଶ୍ୱର ରେଡ୍ଡୀ କହିଛନ୍ତି। ଗିରଫ ଅଭିଯୁକ୍ତ ମୋହନ ଚୌହାନ (୪୫) ଜଣେ ଡ୍ରାଇଭର। ତାଙ୍କ ବିରୋଧରେ ହତ୍ୟା, ବଳାତ୍କାର, ଅପ୍ରାକୃତିକ ଅପରାଧ ଓ ଯୌନ ନିର୍ଯାତନା ନେଇ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ଅପରାଧ ସହ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲା। ତେବେ ସବୁକିଛି ଅନୁଧ୍ୟାନ କରିବା ପରେ ଅପରାଧରେ ଜଣେ ବ୍ୟକ୍ତି ସମ୍ପୃକ୍ତ ବୋଲି ପୋଲିସ କହିଛି। ମୋହନଙ୍କୁ କୋର୍ଟରେ ହାଜର କରାଯିବା ପରେ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ତାଙ୍କୁ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଘଟଣାକୁ ଲଜ୍ଜାଜନକ ଓ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋରତମ ଦଣ୍ଡବିଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମାମଲାର ବିଚାର ଫାଷ୍ଟ ଟ୍ରାକ୍‌ କୋର୍ଟରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ସୂଚନାଥାଉ କି ୨୦୧୨ରେ ଦିଲ୍ଲୀର ଜଣେ ପାରାମେଡିକ୍‌ ଛାତ୍ରୀ (ନିର୍ଭୟା)ଙ୍କୁ ଗଣବଳାତ୍କାର ପରେ ଅପରାଧୀମାନେ ତାଙ୍କୁ ବୀଭତ୍ସ ଆକ୍ରମଣ କରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ। ୧୫ ଦିନର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା।
ସର୍ବୋଚ୍ଚ ଦଣ୍ଡବିଧାନ କରାଗଲେ ଏଭଳି ଜଘନ୍ୟ ଅପରାଧ ଘଟିବ ନାହିଁ ବୋଲି ବିଶ୍ୱାସ କରାଯାଉଥିଲା। ଏହା ସତ୍ତ୍ୱେ ଏଭଳି ଘଟଣା ପୁଣି ଥରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ କହିଛନ୍ତି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଉକ୍ତ ଘଟଣାରେ ମର୍ମାହତ ବୋଲି କହିବା ସହ ଅପରାଧୀଙ୍କୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୮୦୦ କୋଟି ଟପିଲା ଜନସଂଖ୍ୟା, ଭାରତରେ ସର୍ବାଧିକ ୧୪୧ କୋଟି

ଓ୍ବାଶିଂଟନ, ୩୧।୧୨: ୨୦୨୫ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୯ କୋଟିରେ ପହଞ୍ଚିଛି। ଆମେରିକାର ଜନଗଣନା ବ୍ୟୁରୋ(ୟୁଏସ୍‌ସିବି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ...

ସପ୍ତାହକୁ ୭୦ ଘଣ୍ଟା କାମ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୩୧ା୧୨: କାର୍ଯ୍ୟ-ଜୀବନ ସନ୍ତୁଳନ(ୱାର୍କ ଲାଇଫ ବାଲାନ୍ସ) ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୌତମ ଆଦାନୀ। ସେ କହିଛନ୍ତି ଯେ, ”ଯେତେବେଳେ ଆମେ କିଛି କରିବାକୁ ପସନ୍ଦ କରନ୍ତି...

ଜଗଜିତ ସିଂ ଡଲ୍ଲେଓ୍ବାଲ କିଏ? ଯିଏ କ୍ୟାନ୍‌ସରରେ ପୀଡ଼ିତ ଥିବା ସତ୍ତ୍ୱେ MSPର ଆଇନଗତ ଗ୍ୟାରେଣ୍ଟି ଦାବି ନେଇ ୩୬ ଦିନ ଧରି କରୁଛନ୍ତି ଆମରଣ ଅନଶନ

ନୂଆଦିଲ୍ଲୀ,୩୧।୧୨: ପଞ୍ଜାବରେ ପୁଣି ଥରେ ରାଜରାସ୍ତାରେ କୃଷକ। ନିଜର ଦାବି ନେଇ କୃଷକ ପଞ୍ଜାବ ବନ୍ଦ କରିବା ସହ ଗତ ୧୧ ମାସ ଧରି ହରିୟାଣା...

‘I am sorry, ଦୟାକରି କ୍ଷମା କରିଦିଅ’, ମଣିପୁର ହିଂସା ପାଇଁ କ୍ଷମା ପ୍ରାର୍ଥନା କଲେ ବୀରେନ ସିଂହ

ନୂଆଦିଲ୍ଲୀ,୩୧।୧୨: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ୩ ମେ ୨୦୨୩ ରୁ ଘଟିଥିବା ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଭବିଷ୍ୟତରେ ଶାନ୍ତି ଏବଂ...

ରାହୁଲଙ୍କ ପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ-ପୁଅଙ୍କ ମଧ୍ୟରେ ଲାଗିଲା କଳି

ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଯୋଗୁଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଏବଂ ପୁଅ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ପୂର୍ବତନ ରାଷ୍ଟ୍ରପତି...

ମୁଖ୍ୟମନ୍ତ୍ରୀଙ୍କ ବିଶ୍ଳେଷଣ: ରେଭାନ୍ଥ ରେଡ୍ଡୀଙ୍କ ନାଁରେ ରହିଛି ସବୁଠାରୁ ଅଧିକ ମାମଲା

ନୂଆଦିଲ୍ଲୀ,୩୧।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, ଯାହାଙ୍କ ସମ୍ପତ୍ତି ୯୩୧କୋଟିରୁ ଅଧିକ। ଏହି ସମୟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ...

ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ

କନ୍ୟାକୁମାରୀ, ୩୧ା୧୨:ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ...

୨୦୨୫ ପ୍ରଥମ ଦିନରେ ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଚମକାଇ ଦେବ, ଜାଣନ୍ତୁ କ’ଣ ରହିବ ଭାରତର ଅବସ୍ଥା

ନୂଆଦିଲ୍ଲୀ,୩୧।୧୨: ୨୦୨୫ବର୍ଷ ଆରମ୍ଭ ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ୨୦୨୪ବର୍ଷ ଇତିହାସରେ ରେକର୍ଡ ହେବ । ଏହି ସମୟରେ ଏକ ରିପୋର୍ଟ ଆସିଛି ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri