ସର୍ବଭାରତୀୟ ସ୍ତରରେ ଚମକିଲେ ପୁଣି ଜଣେ ଓଡ଼ିଆ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କେନ୍ଦ୍ର ସରକାର ପୁଣି ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଡ. ଅଜିତ ମହାନ୍ତିଙ୍କୁ ଆଟମିକ୍‌ ରିସର୍ଚ୍ଚ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି।
୨୦୧୯ ମାର୍ଚ୍ଚ ୧୨ରେ ଅଜିତ ଭାବା ଆଟମିକ୍‌ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇ ଏହି ପଦ ସମ୍ଭାଳି ଆସୁଛନ୍ତି। ବର୍ତ୍ତମାନ ସେ ଆଟମିକ୍‌ ଏନର୍ଜି ବିଭାଗର ସେକ୍ରେଟାରୀ ଭାବେ କାର୍ଯ୍ୟ କରିବେ। ସେ ୬୬ ବର୍ଷ ପର୍ଯ୍ୟନ୍ତ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଭାବରେ ଦାୟିତ୍ୱରେ ରହିବେ। ଆସନ୍ତା ୨୦୨୫ ଅକ୍ଟୋବର ୧୦ରେ କାର୍ଯ୍ୟକାଳ ଶେଷ ହେବ। ଅଜିତ ପୂର୍ବରୁ ବିଭିନ୍ନ ସଂସ୍ଥାରେ ସମ୍ମାନଜନକ ପଦରେ କାର୍ଯ୍ୟ କରିଛନ୍ତି।

୧୯୫୯ରେ ମୟୂରଭଞ୍ଜ ଜିଲା ବାରିପଦାର ଏମ୍‌ପିସି କଲେଜରୁ ପଦାର୍ଥ ବିଜ୍ଞାନରେ ଗ୍ରାଜୁଏଟ କରିଥିଲେ। ଏହା ପରେ ସେ କଟକର ରେଭେନ୍‌ଶା କଲେଜରେ ପିଜି କରିଥିଲେ। ଭାରତୀୟ ଫିଜିକ୍ସ ସୋସାଇଟି ପକ୍ଷରୁ ତାଙ୍କୁ ୧୯୮୮ରେ ଯୁବ ପଦାର୍ଥ ବିଜ୍ଞାନୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଜାତୀୟ ବିଜ୍ଞାନ ଏକାଡେମୀ ପକ୍ଷରୁ ଯୁବକ ବିଜ୍ଞାନୀ ପୁରସ୍କାର ମିଳିଥିଲା।

Share