ଉର୍ଫିଙ୍କ ରାସ୍ତାରେ ଆଉ ଜଣେ…

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫ୍ୟାଶନ ପଛରେ ପଡ଼ିଛନ୍ତି। ଲୋକମାନେ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ୍‌ ସହିତ ନିଜକୁ ସୋସିଆଲ ମିଡିଆରେ ସବୁବେଳେ ପାଇଁ ଅପ୍‌ଡେଟ୍‌ ରଖିଥାନ୍ତି। ପୂର୍ବରୁ ଲୋକେ ଷ୍ଟାଇଲ୍‌ ପାଇଁ ବିଭିନ୍ନ ଡିଜାଇନର ଡ୍ରେସ୍‌, ନୂଆ ପ୍ରିଣ୍ଟର ଶାଢ଼ି ପିନ୍ଧୁଥିଲେ। କିନ୍ତୁ ବର୍ତ୍ତମାନ ଟ୍ରେଣ୍ଡ୍‌ ବଦଳି ଗଲାଣି।

ବିଶେଷକରି ସେଲିବ୍ରିଟିମାନେ ଯାହା ବି ପିନ୍ଧନ୍ତି ତାହା ଲୋକଙ୍କ ପସନ୍ଦ ହୋଇଯାଏ। ଆଜିକାଲି ଅଭିନେତ୍ରୀ ଉର୍ଫି ଜାଭେଦ ଭିନ୍ନ ଧରଣର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ତାଙ୍କ ପଥ ଅନୁସରଣ କରିଛନ୍ତି। ଜଣେ ବ୍ୟକ୍ତି। ସେ ଏକ ଅଖା ତିଆରି ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ଦେଖି ଲୋକେ କହୁଛନ୍ତି, ଉର୍ଫିଙ୍କ ଭାଇ ‘ବର୍ଫି’।

ଶ୍ରୀରାମ ବସ୍ତ୍ର ଭଣ୍ଡାର ଏନ୍‌ଏକ୍ସ ନାମକ ଏକ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ଭିଡିଓ ଶେୟାର କରାଯାଇଛି। ଏହି ଦୋକାନଟି ଅହମ୍ମଦାବାଦରେ ବୋଲି କୁହାଯାଉଛି। ଭିଡିଓ କ୍ୟାପଶନରେ ଦୋକାନର ଠିକଣା ମଧ୍ୟ ଦିଆଯାଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଅଖାରେ ତିଆରି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ସେ ଏହି ଡ୍ରେସ୍‌କୁ ମ୍ୟାଚ୍‌ କରି ଜୋତା ବି ପିନ୍ଧିଛନ୍ତି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।

Share