ଝାଡ଼ାବାନ୍ତିରେ ଆଖି ବୁଜିଲେ ଆଉ ଜଣେ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ରାଉରକେଲା,୧୭।୧୨: ରାଉରକେଲା ସହରରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକ ଜଣେ ବୃଦ୍ଧ। ୩ ଦିନ ମଧ୍ୟରେ ସହରରେ ୫ ଜଣଙ୍କ ମୃତ୍ୟୁ ଚିନ୍ତାର କାରଣ ହୋଇଛି।
ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ ଏବେ ୧୧୬ ଜଣ ଚିକିତ୍ସାଧୀନ ଅଛନ୍ତି। କିଛି ଲୋକ ଭଲ ହୋଇ ଘରକୁ ଫେରିଥିବା ବେଳେ ନୂଆ ରୋଗୀ ଭର୍ତ୍ତି ହେଉଥିବାରୁ ଚିନ୍ତା ବଢ଼ୁଛି।

Share