ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନଗଲା

ଟେନସା,୨୩।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ାରେ ୫ ରୁ ୭ ଟିକିଆ ହାତୀ ପଲଙ୍କ ଉପଦ୍ରବ କମିବାର ନାଁ ନେଉନାହିଁ I ଶନିବାର ବିଳମ୍ବିତ ରାତିରେ ହାତୀପଲ କନ୍ତରକୋଇଡ଼ା ରୁଙ୍ଗୁଟା କଲୋନୀ ଗେଟ ସାମ୍ନାରେ ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ଚାଉଳ ଖାଇଦେଇଥିଲେ।  ପରେ ସ୍ଥାନୀୟ ଲୋକେ ହାତୀ ଘଉଡ଼ାଇବା ସମୟରେ ଆରତୀ ମୁଣ୍ଡା ଘରୁ ବାହାରି ଆସୁଥିଲେ ଏହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଆରତୀଙ୍କୁ ଚିକିତ୍ସା ପାଇଁ କୋଇଡ଼ା ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ରକୁ ନେଇିଥିଲେ । କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପରେ ହାତୀପଲ ନିକଟସ୍ଥ ଧୋବାଲାବେଡ଼ା ଗ୍ରାମରେ ପଶି ଦଶରୁ କିସାନଙ୍କ ଘର ଭାଙ୍ଗିବା ସହିତ ରୋଶନ କିସାନ ଓ କମଳ କିସାନଙ୍କ ବଗିଚାରେ ପଶି ମକା ଫସଲ ନଷ୍ଟ କରିଦେଇଛନ୍ତି । ସପ୍ତାହ ମଧରେ ହାତୀ ପଲ ଦୁଇ ଜଣଙ୍କୁ ମାରି ସାରିଲେଣି ।