ଭୁବନେଶ୍ୱର,୩ା୯: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶନିବାର ସନ୍ଧ୍ୟାରେ ପରଲୋକ ଘଟିଥିଲା। ତେବେ ସୂର୍ଯ୍ୟଙ୍କ ଶେଷ ଇଚ୍ଛା ଓ ତାଙ୍କ ପରିବାର ଲୋକଙ୍କ ସହମତିରେ ତାଙ୍କ ଚକ୍ଷୁଦାନ କରାଯାଇଛି। ଫଳରେ ସୂର୍ଯ୍ୟଙ୍କ ଆଖିରେ ଆଉ ଜଣେ ଦୁନିଆ ଦେଖିପାରିବେ।
ସୂର୍ଯ୍ୟଙ୍କ ଦେହାନ୍ତ ପରେ ଏକ ଡାକ୍ତରୀ ଟିମ୍ ତାଙ୍କ ଚକ୍ଷୁକୁ ମାତ୍ର ୧୦ ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବେ ବାହାର କରିଥିଲେ। ଏହା ପରେ ଚକ୍ଷୁର ମାନ ପରୀକ୍ଷା ସହ ରକ୍ତ ନମୁନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ ବୋଲି ନିକଟ ସମ୍ପର୍କୀୟଙ୍କ ସୂତ୍ରରୁ ପ୍ରକାଶ।