ଜଣଙ୍କ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ଫଟୋ

ଭୁବନେଶ୍ୱର,୩୧।୫(ଅନୁରାଧା ମହାରଣା): ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହ ଅନ୍‌ଲାଇନ୍‌ରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ ହେଉଛି। ତେବେ ସାର୍ଟିଫିକେଟରେ କେତେକ ତ୍ରୁଟି ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ସାର୍ଟିଫିକେଟରେ ଅନ୍ୟ କାହାର ଫଟୋ ରହିଛି। ଫଳରେ ପରବର୍ତ୍ତୀ ପାଠପଢ଼ା ଲାଗି ଆବେଦନ କରିବାକୁ ସମ୍ପୃକ୍ତ ଛାତ୍ରଜଣକ ବଞ୍ଚିତ ହୋଇଛନ୍ତି। ସେ ହେଉଛନ୍ତି ଜାଗମରା ଖଣ୍ଡଗିରିସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର ସ୍ବାଧୀନ ବିଶ୍ୱାଳ। ଏନେଇ ସେ ଚିନ୍ତାରେ ପଡିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ର ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌ ଓ ମାର୍କଶିଟ୍‌ ବୋର୍ଡ ଓ୍ବେବ୍‌ସାଇଟ ଏବଂ ହ୍ବାଟ୍ସଆପ୍‌ ମାଧ୍ୟମରେ ଡାଉନ୍‌ଲୋଡ୍‌ କରିପାରୁଛନ୍ତି। ବୁଧବାର ଛାତ୍ର ସ୍ବାଧୀନଙ୍କ ପିତା କୈଳାସ ଚନ୍ଦ୍ର ବିଶ୍ୱାଳ ଡିଜି ଲକରରୁ ପୁଅର ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିଥିଲେ। ଗୁରୁବାର କୌଣସି ଏକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ କରିବାର ଥିଲା। ମାତ୍ର ସାର୍ଟିଫିକେଟରେ ଅନ୍ୟଜଣଙ୍କ ଫଟୋ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫଳରେ ତାଙ୍କ ପୁଅର ପରବର୍ତ୍ତୀ ପାଠପଢ଼ା ପାଇଁ ଆବେଦନ କରିପାରି ନାହାନ୍ତି। ଏନେଇ ବିଦ୍ୟାଳୟ ସହ ଯୋଗାଯୋଗ କରିଥିବା କୈଳାସ କହିଛନ୍ତି। ବିଦ୍ୟାଳୟ ପକ୍ଷରୁ ବୋର୍ଡକୁ ସମସ୍ତ ତଥ୍ୟ ଠିକ୍‌ ଭାବରେ ପ୍ରଦାନ କରାଯାଇଛି। ବିଦ୍ୟାଳୟର ତ୍ରୁଟି ରହିଥିଲେ ପରୀକ୍ଷା ପ୍ରବେଶପତ୍ରରେ ଠିକ୍‌ ଫଟୋ ଆସି ନ ଥାଆନ୍ତା। ବୋର୍ଡ ସହ ଯୋଗାଯୋଗ କରାଯାଇ ୨ରୁ ୩ ଦିନ ମଧ୍ୟରେ ତ୍ରୁଟି ସଂଶୋଧନ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ତରବରିଆ ଭାବେ ଏହି ମାର୍କଶିଟ୍‌ ଓ ସାଟିଫିକେଟ୍‌ ପ୍ରସ୍ତୁତି ଫଳରେ ଏପରି ତ୍ରୁଟି ହୋଇଥାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri