ପୋଲସରା,୧୦।୫(ଡି.ଏନ୍.ଏ.): କରୋନାରେ ଆଉ ଜଣେ ଖବରଦାତାଙ୍କ ପରଲୋକ ଘଟିଛି। ସେ ଗଞ୍ଜାମ ଜିଲା ପୋଲସରା ସହରର କିଶୋର ଚନ୍ଦ୍ର ଦାସ। କିଶୋର ଦୈନିକ ଖବର କାଗଜ ସମାଜର ଖବରଦାତା ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ସେ ଅସୁସ୍ଥ ଅନୁଭବ କରିବାରୁ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଚିକିତ୍ସା ପରେ ସିତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୧ ତାରିଖଠାରୁ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସକାଳେ ତାଙ୍କର ମୃତ୍ୟୁ ଖବର ଆସିଥିଲା।