‘ମେଟା ଇଣ୍ଡିଆ’ରୁ ଇସ୍ତଫା ଦେଲେ ଆଉ ଜଣେ ବଡ ଅଧିକାରୀ

ନୂଆଦିଲ୍ଲୀ,୧୭।୫:ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଫେସବୁକ୍‌ର ସହାୟକ କମ୍ପାନୀ ମେଟାର ଜଣେ ବଡ ଅଧିକାରୀ ମେଟାରୁ ଅଲଗା ହୋଇଛନ୍ତି। ସେ ହେଉଛନ୍ତି ଭାରତର ମେଟାର ଡାଇରେକ୍ଟର ଏବଂ ପାର୍ଟନରସିପ୍‌ ହେଡ୍‌ ମନୀପ ଚୋପ୍ରା। ସେ ମଙ୍ଗଳବାର ଲିଙ୍କ୍‌ଡିନ୍‌ରେ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି। ସେ ସାଡେ ଚାରି ବର୍ଷ ମେଟାସହ ଜଡିତ ଥିଲେ। ଏହି ଗୋଟିଏ ବର୍ଷ ମଧ୍ୟରେ ମନୀଷଙ୍କ ପରେ ମେଟା ଇଣ୍ଡିଆରେ ଏହା ୪ର୍ଥ ପ୍ରମୁଖ ଇସ୍ତଫା।

ଏହା ପୂର୍ବରୁ ମେଟା ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ଏବଂ ପବ୍ଲିକ ପଲିସି ମୁଖ୍ୟ ରାଜିବ ଅଗ୍ରଓ୍ବାଲ୍‌ କମ୍ପାନୀରୁ ଇସ୍ତଫା ଦେଇଥିଲେ। ସେହିପରି ହ୍ବାଟସ ଆପ୍‌ର ହେଡ୍‌ ଅଭିଜିତ୍‌ ବୋଷ ମଧ୍ୟ ଇସ୍ତଫା ଦେଇଥିଲେ। ଅଜିତଙ୍କ ଇସ୍ତଫା ପରେ ମନୀଷ ୨ମାସ ଯାଏଁ ମେଟା ଇଣ୍ଡିଆର ମୁଖ୍ୟ ଦାୟିତ୍ୱ ସମ୍ଭାଳି ଥିଲେ।

ତେବେ କମ୍ପାନୀର ଛଟେଇ ସମୟରେ ମନୀଷ ଇସ୍ତଫା ଦେଇଛନ୍ତି। ଏପର୍ଯ୍ୟନ୍ତ ମେଟା ୨୧ହଜାର ଲୋକଙ୍କୁ ଛଟେଇ କରିସାରିଛି।

Share