Categories: ଖେଳ

ଅଷ୍ଟ୍ରେଲିଆକୁ ଆଉ ଏକ ଝଟ୍‌କା: ବିଶ୍ୱକପ୍‌ ଅଧାରୁ ଘରକୁ ଫେରିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୧: ଦିନିକିଆ ବିଶ୍ୱକପ୍‌ ଚାଲିଥିବାବେଳେ ଅଷ୍ଟ୍ରେଲିଆକୁ ଆଉ ଏକ ଝଟ୍‌କା ଲାଗିଛି। ବିଶ୍ୱକପ୍‌ ଅଧାରୁ ଘରକୁ ଫେରିଛନ୍ତି ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ମିଚେଲ ମାର୍ଶ। ବ୍ୟକ୍ତିଗତ କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହାପୂର୍ବରୁ ଗ୍ଲେନ ମ୍ୟାକ୍ସୱେଲ ଆହତ ହୋଇଥିଲେ।
ବିଶ୍ୱକପ ୨୦୨୩ରେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଛି। ଦଳ ୬ଟି ମ୍ୟାଚ ଖେଳି ୪ଟି ଜିତିଛି। ଅଷ୍ଟ୍ରେଲିଆ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆର ପରବର୍ତ୍ତୀ ମ୍ୟାଚ ଇଂଲଣ୍ଡ ବିପକ୍ଷରେ। ସେ ଏହି ମ୍ୟାଚ ପାଇଁ ଆଲେକ୍ସ କେରି, ମାର୍କସ ଷ୍ଟୋଇନିସ କିମ୍ବା ସଚନ ଆବଟ୍ଟଙ୍କୁ ସୁଯୋଗ ଦେଇପାରନ୍ତି।

Share