ଇମ୍ରାନଙ୍କୁ ପୁଣି ଝଟ୍‌କା

ଇସଲାମାବାଦ,୨ା୮: ବୁଧବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପୁଣି ଥରେ ବଡ଼ ଝଟ୍‌କା ଲାଗିଛି। ଦ୍ୱିତୀୟ ଥର ପାଇଁ ତୋସାଖାନା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ୟାହିଆ ଆଫ୍ରିଦି କହିଛନ୍ତି, ଆପଣ ଯେଉଁ ସାହାଯ୍ୟ ମାଗିଛନ୍ତି ତାହା ଆମ ଦ୍ୱାରା ପ୍ରଦାନ କରାଯାଇଛି (ପୂର୍ବ ଶୁଣାଣିରେ)। ମୁଁ ଆଶ୍ଚର୍ଯ୍ୟ ଯେ, ଏହା ସତ୍ତ୍ୱେ ଆପଣ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଛନ୍ତି।

Share