Categories: ଜାତୀୟ

ମଧ୍ୟପ୍ରଦେଶ କଂଗ୍ରେସକୁ ଆଉ ଏକ ଝଟ୍‌କା: ଭାଜପାରେ ଯୋଗଦେଲେ ସୁମିତ୍ରା

ଭୋପାଳ,୧୮।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା କଳି ମଧ୍ୟରେ କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ମଧ୍ୟପ୍ରଦେଶରେ କଂଗ୍ରେସର ଆଉ ଜଣେ ବିଧାୟକ ସୁମିତ୍ରା ଦେବୀ କାସ୍‌ଡେକର ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟସଭା ସଦସ୍ୟ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ ଟୁଇଟ କରି ସୂଚନା ଦେଇଛନ୍ତି। ଜ୍ୟୋତିରାଦିତ୍ୟ ସୁମିତ୍ରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦଳରେ ସାମିଲ ହୋଇଥିବାରୁ ସ୍ବାଗତ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ରାଜ୍ୟର ସ୍ବାର୍ଥରେ ଆଉ ଜଣେ ବିଧାୟକଙ୍କ ଦ୍ୱାରା ନିଆଯାଇଥିବା ସଠିକ୍‌ ନିଷ୍ପତ୍ତି। ସୁଚନାଯୋଗ୍ୟ, ନେପାନଗର ବିଧାନସଭା ଆସନରୁ କଂଗ୍ରେସ ବିଧାୟିକା ଥିବା ସୁମିତ୍ରା ଦେବୀ ଦଳରୁ ଇସ୍ତଫା ଦେବା ପରେ ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଥିଲେ। ଏହାପରେ ଭାଜପା କାର୍ଯ୍ୟାଳୟରେ ପହଞ୍ଚି ସେ ଦଳର ସଦସ୍ୟତା ଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଦେଶ ଅଧ୍ୟକ୍ଷ ବିଷ୍ଣୁଦତ୍ତ ଶର୍ମା, ମୁଖ୍ୟମନ୍ତ୍ରୀ ଶିବରାଜ, ଅରବିନ୍ଦ ଭଦୌରିଆ ଓ ମୋହନ ଯାଦବ ଉପସ୍ଥିତ ଥିଲେ।

Share