Categories: ଜାତୀୟ

ଉଦ୍ଧବଙ୍କୁ ପୁଣି ଝଟ୍‌କା: ଆଦିତ୍ୟଙ୍କ ନିକଟତର ଥିବା ରାହୁଲ ଶିନ୍ଦେ ଶିବିରରେ…

ମୁମ୍ବାଇ,୧।୭ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ବଡ଼ ଝଟ୍‌କା ଲାଗିଛି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଅତି ନିକଟଔତର କୁହାଯାଉଥିବା ରାହୁଲ କାନାଲ ବାଡ଼ ଡେଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବିରରେ ଯୋଗ ଦେଇଛନ୍ତିି।

ସେ  ସମର୍ଥକଙ୍କ ସହିତ ଶିନ୍ଦେଙ୍କ ଶିବିରରେ ଯୋଗଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ।

ସେ ଉଦ୍ଧବଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଉଦ୍ଧବ ଅନ୍ୟାମନଙ୍କ ପରାମର୍ଶ କ୍ରମେ ଦଳୀୟ ନିଷ୍ପତ୍ତି ନେଉଛନ୍ତି। ଦଳରେ ସ୍ବାଭିମାନର କୌଣସି ଚିହ୍ନବର୍ଣ୍ଣ ନାହିଁ।

ଦଳୀୟ ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ଉଦ୍ଧବ ଉପଲବ୍ଧ ହେଉ ନ ଥିବା ରାହୁଲ ଅଭିଯୋଗ କରିଛନ୍ତି।

Share