ଆମେରିକାରେ ପୁଣି ଗୁଳିକାଣ୍ଡ, ସମାରୋହରେ ଗୁଳି ଚାଳନାରେ ବହୁ ଆହତ…

ଓ୍ବାଶିଂଟନ,୨୨।୧ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। କାଲିଫର୍ନିଆରେ ଏକ କାର୍ଯ୍ୟରେ ଜଣେ ଅଜଣା ବ୍ୟକ୍ତି ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଚାଇନାର ନୂଆ ବର୍ଷକୁ ଦୃଷ୍ଟିରେ ରଖି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଘଟିଛି। ଏହି ଘଟଣାରେ ପ୍ରାୟ ୧୬ ଜଣଙ୍କୁ ଗୁଳି ଲାଗିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘଟଣା କାଲିଫର୍ନିଆର ମୋଣ୍ଟେରୀ ପାର୍କରେ ଘଟିଥିଲା। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧୦ଟା (ଜିଏମଟି ୦୬୦୦) ରେ ଏହି ଗୁଳିକାଣ୍ଡ ଘଟିଥିଲା। କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି। ତେବେ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ମଣ୍ଟେରୀ ପାର୍କ ଲସ ଆଞ୍ଜେଲସ କାଉଣ୍ଟିର ଏକ ସହର। ଲସ ଆଞ୍ଜେଲସ ସହରଠାରୁ ଏହା ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ।

 

Share