Categories: ଜାତୀୟ

ଅନନ୍ତନାଗ ଏନ୍‌କାଉଣ୍ଟର: ଆଖି ବୁଜିଲେ ଆଉଜଣେ ଆହତ ଯବାନ

ନୂଆଦିଲ୍ଲୀ,୧୫ା୯: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ବୁଧବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସେନା କଲୋନେଲ, ଜଣେ ମେଜର ଏବଂ ଜଣେ ପୋଲିସ ଅଫିସର ଶହୀଦ ହୋଇଥିଲେ। ଗୁଳିବିନିମୟ ବେଳେ ଆହତ ହୋଇଥିବା ଜଣେ ଯବାନ ଶୁକ୍ରବାର ଆଖି ବୁଜିଛନ୍ତି। ଏହାକୁ ମିଶାଇ ଶହୀଦ ଯବାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ବୁଧବାରଠାରୁ ଅନନ୍ତନାଗ ଜିଲାରେ ଏନ୍‌କାଉଣ୍ଟର ଜାରି ରହିଛି। ସୁରକ୍ଷା ବଳ ଜିଲାର କୋକେରନାଗ ଜଙ୍ଗଲ ଅଞ୍ଚଳକୁ ଚାରିପଟୁ ଘେରି ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନକୁ ଜୋର୍‌ଦାର କରିଛନ୍ତି।

Share