ମୁମ୍ବାଇ: ବଲିଉଡ ଅଭିନେତା ଜନ୍ ଆବ୍ରାହମଙ୍କ ମୁଭି ‘ସତ୍ୟମେବ ଜୟତେ ୨’ ଏବେ ରିଲିଜ୍ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି । ନଭେମ୍ବର ୨୫ରେ ଥିଏଟରରେ ଏହି ମୁଭି ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଦେବାକୁ ଅପେକ୍ଷା ରଖିଛି । ଏହି ଫିଲ୍ମର ଆଉ ଏକ ନୂଆ ଗୀତ ଏବେ ନିର୍ମାତା ରିଲିଜ୍ କରି ଦେଇଛନ୍ତି । ଏହା ହେଉି ‘ମା’ ଶେରାୱାଲି’ । ଅଭିନେତ୍ରୀ ଦିବ୍ୟା ଖୋସଲା ଏଥିରେ ଅଭିନୟ କରିଛନ୍ତି । ଶେରାୱାଲି ସଙ୍ଗ ଲଞ୍ଚ ହେଉ ହେଉ ୟୁଟ୍ୟୁବରେ ଛାଇ ଯାଇଛି । ଅପଲୋଡ ହେବାର ମାତ୍ର ୩ ଘଣ୍ଟା ମଧ୍ୟରେ ଗୀତଟିକୁ ୩ ଲକ୍ଷ ୟୁଜର୍ସ ଦେଖି ସାରିଛନ୍ତି । ଏହା ‘ମା ମେରି ମା ସେ ମିଲାଦେ ମୁଝେ’ର ରିମେକ ଭର୍ସନ ବୋଲି କୁହାଯାଉଛି । ଏହି ଗୀତରେ ଦିବ୍ୟା ଖୋସଲାଙ୍କୁ ବିଲକୁଲ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି । ଏହାକୁ ପାୟଲ ଦେବ ଓ ସଚତ ଟଣ୍ଡନ ଗାଇଥିବା ବେଳେ ପ୍ରଶଂସକ ଗୀତଟିକୁ ଦେଖି ଭଲ ପ୍ରତିକ୍ରିୟା ଦେଉଛନ୍ତି । ମିଲନ ମେଲାପ ଜାବେରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ସତ୍ୟମେବ ଜୟତେ ୨’ ୨୦୧୮ର ଆକ୍ସନ ଫିଲ୍ମ ସତ୍ୟମେବ ଜୟତେର ଦ୍ୱିତୀୟ ଭାଗ । ଏଥିରେ ଜନ୍ ଆବ୍ରାହମଙ୍କ ସହ ଦିବ୍ୟା ଖୋସଲା ଜବରଦସ୍ତ ରୋମାନ୍ସ କରୁଥିବା ଦେଖାଯିବ । ଫିଲ୍ମରେ ଆଉ ଏକ ପଞ୍ଜାବୀ ଗୀତର ରିମେକ ମଧ୍ୟ ଦେଖିବାକୁ ମିଳିବ ।