Categories: ଜାତୀୟ

ଭାଷଣ ଦେବାବେଳେ ମଞ୍ଚ ଭୁଶୁଡିଲା: ପପୁ ଯାଦବଙ୍କ ହାତ ଭାଙ୍ଗିଲା

ମୁଜଫରପୁର,୩୧।୧୦-ବିହାର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର ମୁଜଫରପୁର ଜିଲାର ମୀନାପୁରରେ ଜନ ଅଧିକାର ପାର୍ଟି ପକ୍ଷରୁ ଏକ ଜନସଭା ଆୟୋଜନ କରାଯାଇଥିଲା। ମଞ୍ଚରେ ଜନ ଅଧିକାର ପାର୍ଟିର ମୁଖ୍ୟ ପପୁ ଯାଦବ ଭାଷଣ ଦେଉଥିବାବେଳେ ହଠାତ୍‌ ମଞ୍ଚଟି ଭାଙ୍ଗିଯାଇଥିଲା। ଫଳରେ ପପୁ ଯାଦବଙ୍କ ସମେତ ବହୁ ଦଳୀୟ କର୍ମୀ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ପପୁ ଯାଦବଙ୍କ ଡାହଣ ହାତ ଭାଙ୍ଗି ଯାଇଛି। ତାଙ୍କୁ ହେଲିକପ୍ଟର ଯୋଗେ ପାଟନା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

Share