ସୃଷ୍ଟି ହେଲା ଆଉ ଏକ ବାତ୍ୟା! ବିଶେଷଜ୍ଞ ତାଜୁବ…

ବାହାମାସ,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ ସକାଳ ସୁଦ୍ଧା ଉଗ୍ରରୂପ ଧାରଣ କରିପାରେ। ତେବେ ବାତ୍ୟା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିପାରେ ବୋଳି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,‘ଦାନା’ର ସର୍ବାଧିକ ପ୍ରଭାବ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲାରେ ଦେଖିବାକୁ ମିଳିପାରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏହାରି ଭିତରେ କାରିବିଆନର ବାହାମାସରେ ଏକ ବାତ୍ୟା ସୃଷ୍ଟି ହୋଇଛି। ଯାହାକୁ ନେଇ ପାଣିପାଗ ବିଭାଗଙ୍କ ଚିନ୍ତା ବଢାଇଦେଇଛି। ଏଠାରେ ଏକ ଟ୍ରପିକାଲ ସାଇକ୍ଲୋନ ସୃଷ୍ଟି ହୋଇଛି ଯାହାର ନାମ ଓସ୍କାର ରଖାଯାଇଛି। ମଙ୍ଗଳବାର ବାହାମାସର ଲଙ୍ଗ ଦ୍ୱୀପର ଦକ୍ଷିଣ-ଦକ୍ଷିଣ ପୂର୍ବର ୭୫ କିମି ଦୂରରେ ଓସ୍କାର ଥିଲା। କ୍ୟୁବାରେ ବ୍ୟାପକ ଧ୍ୱଂସ କରିବା ପରେ ଯାହା ଏବେ ଘଣ୍ଟା ପ୍ରତି ୧୯ କିମି ବେଗରେ ବର୍ତ୍ତମାନ ବାହାମାସ ଆଡକୁ ମାଡି ଆସୁଛି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଘୂର୍ଣ୍ଣିବଳୟ ବିଶେଷଜ୍ଞ ମାଇକେଲ ଲୋରି ଏକ ରିପୋର୍ଟରେ ଲେଖିଛନ୍ତି, ଘୂର୍ଣ୍ଣିବଳୟର ପୂର୍ବାନୁମାନ କରିବାରେ ସେ ବଡ଼ ଭୁଲ କରିଛନ୍ତି। କେବଳ ସେ ନୁହେଁ କୌଣସି ଅନ୍ତର୍ଜାତୀୟ ମଡେଲ ଏହି ହରିକେନ ବିଷୟରେ ପୂର୍ବାନୁମାନ କରି ନ ଥିଲେ। ପ୍ରଥମେ ସମସ୍ତେ ଏହାକୁ ବର୍ଷା ହେବ ବୋଲି ଅନୁମାନ କରିଥିଲେ କିନ୍ତ

ଓସ୍କାର ହରିକେନରେ ଏପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓସ୍କାର ହେଉଛି ଆଟଲାଣ୍ଟିକ ହରିକେନ ସିଜନର ୧୫ତମ ଝଡ। National Oceanic and Atmospheric Administration ୧୭ ରୁ ୨୫ ଟି ଝଡ ଆସିପାରେ ବୋଲି ସତର୍କ କରାଇଛି। ଯାହା ମଧ୍ୟରୁ ୩ଟି ଶକ୍ତିଶାଳୀ ରୂପ ନେବ ବୋଲି ବିଭାଗ କହିଛି।

Share