ଭୁବନେଶ୍ୱର,୧୩।୯ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆତ୍ମହତ୍ୟା ମାଲମା ବଢ଼ୁଛି। ମଙ୍ଗଳବାର ଭୁବନେଶ୍ବରରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ସେ ହେଲେ ଗଙ୍ଗପଡ଼ାରେ ଏକ ଘରୋଇ କଲେଜର ଛାତ୍ର ସୂର୍ଯ୍ୟପ୍ରକାଶ ପଲାଇ । ସୂର୍ଯ୍ୟପ୍ରକାଶ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ ।
ସୋମବାର ରାତିରେ ସୂର୍ଯ୍ୟପ୍ରକାଶ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପରିବାର ଲୋକେ ଇନଫୋ ଭ୍ୟାଲି ଥାନାରେ ଏତଲା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କଲେଜ କର୍ତ୍ତୃପକ୍ଷ କବାଟ ଭାଙ୍ଗି ମୃତଦେହକୁ ଏମ୍ସକୁ ନେଇଥିଲେ ।