Categories: ଜାତୀୟ

ଶିକ୍ଷକଙ୍କ ମାଡ଼ରେ ଆଉ ଜଣେ ଦଳିତ ଛାତ୍ର ହସ୍ପିଟାଲରେ ଭର୍ତ୍ତି

ବାର୍‌ମେର,୨୫।୮: ରାଜସ୍ଥାନର ଜାଲୋର ଅଞ୍ଚଳରେ ଥିତ୍ବା ଏକ ସ୍କୁଲ୍‌ରେ ସବର୍ଣ୍ଣଙ୍କ ପାଇଁ ଉଦ୍ଦିଷ୍ଟ ପାଣି ମାଠିଆ ଛୁଇଁବାରୁ ଜଣେ ୯ ବର୍ଷର ପିଲାଙ୍କୁ ଶିକ୍ଷକ ନିର୍ଘାତ ମାଡ଼ ମାରିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ୧୫ ଦିନ ପରେ ରାଜସ୍ଥାନର ବାର୍‌ମେର ଅଞ୍ଚଳରେ ଅନ୍ୟ ଜଣେ ଦଳିତ ଛାତ୍ର ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସପ୍ତମ ଶ୍ରେଣୀ ଛାତ୍ର ଜଣକ ପରୀକ୍ଷାରେ ଗୋଟିଏ ପ୍ରଶ୍ନ ଛାଡ଼ିଦେଇ ଥିବାରୁ ଶିକ୍ଷକ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟିଦେଇଥିଲେ। ସେଠାରେ ଛାତ୍ର ଜଣକ ସଂଜ୍ଞାହୀନ ହୋଇପଡ଼ିଥିଲେ। ଶିକ୍ଷକ ଅଶୋକ ମାଲିଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି।

Share