Posted inଜାତୀୟ

ଏସ୍‌ବିଆଇକୁ ପୁଣି ‘ସୁପ୍ରିମ’ ଝଟ୍‌କା: ବଣ୍ଡ ନମ୍ବର ସହ ସବୁକିଛି ଏସ୍‌ବିଆଇକୁ ଦେବାକୁ ପଡିବ

ନୂଆଦିଲ୍ଲୀ,୧୮ା୩:ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନ ଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ନିର୍ବାଚନ ବଣ୍ଡ ସମ୍ପର୍କରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଚାହୁଁଥିବା ସୂଚନା ଦେବାରେ ଏସବିଆଇ ସକ୍ଷମ ହୋଇ ନାହିଁ। ଆମେ ଯାହା ପଚାରିଛୁ ତାହା ପ୍ରଦାନ କରିବାକୁ ଏସବିଆଇ ବାଧ୍ୟ। ପ୍ରତ୍ୟେକ ସୂଚନା ବିସ୍ତୃତ ଭାବରେ ଦେବାକୁ ପଡିବ।
କୋର୍ଟ ଆହୁରି କହିଛନ୍ତି,ଏସବିଆଇକୁ ବଣ୍ଡ ନମ୍ବର ଦେବାକୁ ପଡ଼ିବ। ଏହା ବ୍ୟତୀତ ବଣ୍ଡ ସହ ଜଡିତ ପ୍ରତ୍ୟେକ ସୂଚନା ମଧ୍ୟ କୋର୍ଟକୁ ଦେବାକୁ ପଡିବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏସବିଆଇ କୌଣସି ସୂଚନା ଲୁଚାଇ ନାହିଁ ବୋଲି ଏକ ଆଫିଡେଭିଟ ଦେବା ଉଚିତ୍‌। ଏହା ଉପରେ ଏସବିଆଇ କହିଛି ଯେ, ଆମେ ଭୋଟର ବଣ୍ଡ ନମ୍ବର ଦେବୁ।
ଏସ୍‌ବିଆଇ ଗତ ୫ ବର୍ଷରେ ଜାରି ବଣ୍ଡ୍‌ ଉପରେ ପୂରା ବିବରଣୀ ଦାଖଲ କରିବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇଥିବା କମ୍ପାନୀଗୁଡ଼ିକ ସମ୍ପର୍କରେ ଇଂଲିଶ୍‌ ଅକ୍ଷର କ୍ରମାନ୍ବୟ ଓ ସଂଖ୍ୟା ଅନୁଯାୟୀ ବଣ୍ଡ୍‌ ନମ୍ବର ପ୍ରଘଟ କରିବାକୁ ନିର୍ଦ୍ଦେଶ ରହିଛି।
ଇଂଲିଶ୍‌ ଅକ୍ଷର କ୍ରମାନ୍ବୟ ଓ ସଂଖ୍ୟା ଅନୁଯାୟୀ ବଣ୍ଡ୍‌ ନମ୍ବରଗୁଡ଼ିକ ସାମ୍ନାକୁ ଆସିଲେ ବଣ୍ଡ୍‌ କ୍ରେତାମାନେ କେଉଁ ଦଳକୁ କେତେ ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି ତାହା ସ୍ପଷ୍ଟ ହୋଇଯିବ। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସ୍‌ବିଆଇ ଦାଖଲ କରିନାହିଁ, ଯାହାକି ପ୍ରଘଟ ହେବା ଜରୁରୀ ବୋଲି ସିଜେଆଇ କହିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୧୧ ରାୟର ମୁଖ୍ୟାଂଶରେ ପରିବର୍ତ୍ତନ ପାଇଁ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ଏସ୍‌ବିଆଇ ଦାଖଲ କରିଥିବା ତଥ୍ୟ ଜଉମୁଦ ଲଫାଫାରେ ଥିଲା। ଇସି ନିଜ ପାଖରେ ଏହାର କପି ରଖି ନ ଥିବା ଉକ୍ତ ପିଟିଶନରେ ଦର୍ଶାଇଥିଲେ। ଏହାର ଶୁଣାଣି ବେଳେ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri