Categories: ଜାତୀୟ

ସନ୍ଦୀପ ଘୋଷଙ୍କ ଉପରେ ଆଉ ଏକ ବିପଦ

କୋଲକାତା,୧୭।୯: ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ଅଡୁଆ ବଢିବାରେ ଲାଗିଛି। ମଙ୍ଗଳବାର ଡାକ୍ତରଖାନାରେ ଥିବା ସମୟରେ ଆର୍ଥିକ ଅନିୟମିତତା ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ସନ୍ଦୀପ ଘୋଷ) ଙ୍କ ଫାର୍ମ ହାଉସରେ ଚଢାଉ କରିଥିଲେ।
ଇଡି ଅଧିକାରୀମାନେ ମଧ୍ୟ ଉତ୍ତର କୋଲକାତାର ଶ୍ରୀରାମପୁରରୁ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ନିଯୁକ୍ତି ବୋର୍ଡର ଚେୟାରମ୍ୟାନ ଡା. ସୁଦୀପ୍ତ ରୟଙ୍କ ବାସଭବନ ଏବଂ ନର୍ସିଂହୋମରେ ଖୋଜାଖୋଜି କରୁଛନ୍ତି। କିଛି ଦିନ ପୂର୍ବେ କୋଲକାତା ଡାକ୍ତରଖାନାରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ଆରଜି କରରେ ରୋଗୀ କଲ୍ୟାଣ ସଂଘର ସଭାପତି ଭାବରେ କାର୍ଯ୍ୟ କରୁଥିବା ରୟଙ୍କ ସମ୍ପତ୍ତି ସିବିଆଇ ଦ୍ୱାରା ଚଢାଉ କରାଯାଇଥିଲା। ବର୍ତ୍ତମାନ ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ତାଙ୍କର ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ଏହି ରେଡ ସମୟରେ ଡାକ୍ତର ସନ୍ଦୀପ ଘୋଷଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ସୁଦୀପ୍ତ ରୟ ତାଙ୍କ ବାସଭବନରେ ଥିଲେ, ଯେଉଁଠାରେ ଆରଡି ଟ୍ୟାକ୍ସ ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ। ଘୋଷ ଆର.ଜି କର ମେଡିକାଲ କଲେଜର ପ୍ରନ୍ସପାଲଥିବା ସମୟରେ ଆର୍ଥିକ ଅନିୟମିତତା ଅଭିଯୋଗର ଯାଞ୍ଚ ଚାଲିଛି। ଏହାପୂର୍ବରୁ ଅଗଷ୍ଟ ୯ରେ ଡାକ୍ତରଖାନାରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା।

Share