Categories: ଜାତୀୟ

ଆତ୍ମହତ୍ୟା କଲେ ଆଉ ଜଣେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୬।୭: ଦେଶରେ ଦିନକୁ ଦିନ ମାନସିକ ବିଷାଦଗ୍ରସ୍ତ ମାମଲା ବଢ଼ୁଥିବା ବେଳେ ଏହାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ମାନସିକ ବିଷାଦଗ୍ରସ୍ତ ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ୧୮ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୋଲିସକୁ କୌଣସି ସୁଇସାଇଡ୍‌ ନୋଟ ମିଳିନାହିଁ। ଟିକ୍‌ଟକ୍‌ ବ୍ୟାନ ହେବା ପରେ ବିଷାଦଗ୍ରସ୍ତ ଥିବା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅପରପକ୍ଷେ ଉକ୍ତ ଯୁବତୀ ଗତ ୨-୩ମାସରୁ ବିଷାଦଗ୍ରସ୍ତ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ସୂଚନା ମୁତାବକ ଉକ୍ତ ଯୁବତୀ ଟିକ୍‌ଟକ୍‌ର ଏକ ବଡ଼ ଷ୍ଟାର ଥିଲେ। ଏହି ଭିଡିଓ ପ୍ଲାଟଫର୍ମରେ ତାଙ୍କର ଅନେକ ଫଲୋୟର୍ସ ମଧ୍ୟ ଥିଲେ। ତେବେ ଭାରତ ଓ ଚାଇନା ସମ୍ପର୍କ ମଧ୍ୟରେ ତିକ୍ତତା ଆସିବା ପରେ ନିକଟରେ ଦେଶରେ ୫୯ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିଛି ଦିନ ପୂର୍ବରୁ ଟିକ୍‌ଟକ୍‌ ଷ୍ଟାର ସିୟା କକ୍କର ମଧ୍ୟ ଆତ୍ମହତ୍ୟା କରିଥିଲେ।

Share