ଆଲିଆଙ୍କୁ ଆଉ ଏକ ସଫଳତା, ଭେରାଇଟି ୨୦୨୩ ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ପାଇଲେ ସ୍ଥାନ

ମୁମ୍ବାଇ: ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଫାଇନ ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ ବୋଲି ଗଣା ହୋଇଥାଆନ୍ତି । ଏବେ ତାଙ୍କର ପ୍ରଶଂସା କେବଳ ଦେଶ କାହିଁକି ବିଦେଶରେ ବି ଦେଖିବାକୁ ମିଳିଛି । ନିକଟରେ ଆଲିଆ ଭଟ୍ଟ ଭେରାଇଟିରେ ନିଜ ସ୍ଥାନ ସୃଷ୍ଟି କରିପାରିଛନ୍ତି । ଆଲିଆ ଭଟ୍ଟ ବର୍ଷ ୨୦୨୩ର ଭେରାଇଟିର ସବୁଠାରୁ ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ସାମିଲ ହୋଇଛନ୍ତି । ଏହି ଲିଷ୍ଟରେ ଆଲିଆଙ୍କ ସହ କେତେ ବଡ ବଡ ନାମ ସାମିଲ ହୋଇଛି । ଏଥିରେ ଏଚବିଓ ହିଟ ହାଉସ ଅଫ ଦ ଡ୍ରାଗନର ଆକ୍ଟ୍ରେସେସ- ମିଲ୍ଲି ଏଲ୍କାକ, ଏମିଲି କେରି, ଓଲେଭିୟା କୁକ, ଏମ୍ମା ଡି’ ଆର୍ସି, ସୋନୋୟା ମିଜୁନୋ, ଲିଷ୍ଟରେ ସ୍ପେନିଶ ସିଙ୍ଗର ରୋଜାଲିୟା ବି ରହିଛନ୍ତି । ଏହି ଲିଷ୍ଟରେ ଏମିତି କେତେଜଣଙ୍କ ନାମ ରହିଛି ଯେଉଁମାନେ ଅନ୍ତର୍ଜାତୀୟ ମେନୋରଞ୍ଜନରେ ଅତ୍ୟଧିକ ଯୋଗଦାନ ଦେଇଛନ୍ତି ।

Share