Categories: ଜାତୀୟ

ଏନ୍‌ସିପିରେ ପୁଣି ଟୁଇଷ୍ଟ୍‌: ଅଜିତ ପାୱାରଙ୍କୁ ଦଳର ନେତା ଭାବେ ବିବେଚନା କଲେ ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାଓ୍ବାର ପୁତୁରା ଅଜିତ ପାୱାରଙ୍କୁ ଦଳର ନେତା ଭାବେ ବିବେଚନା କରିଛନ୍ତି। ସେ (ଅଜିତ ପାୱାର) ଆମର ନେତା, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ, ଏନସିପିରେ କୌଣସି ଫାଟ ନାହିଁ ବୋଲି ଶରଦ ପାଓ୍ବାର ସ୍ପଷ୍ଟ କରିଛନ୍ତି।
ବାରମତିରେ ଶରଦ ପାଓ୍ବାର ଆହୁରି କହିଛନ୍ତି, ଏକ ପାର୍ଟିରେ ବିଭାଜନ କିପରି ଘଟେ? ଯେତେବେଳେ ଜାତୀୟ ସ୍ତରରେ ଏକ ବଡ଼ ସମୂହ ଦଳଠାରୁ ଅଲଗା ହୋଇଯାଆନ୍ତି, ସେତେବେଳେ ଏହା ଘଟେ। କିନ୍ତୁ ଆଜି ଏନସିପିରେ ସେପରି ପରିସ୍ଥିତି ନାହିଁ। ହଁ, କିଛି ନେତା ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କଲେ କିନ୍ତୁ ଏହାକୁ ବିଭାଜନ କୁହାଯାଇପାରିବ ନାହିଁ।ଗଣତନ୍ତ୍ରରେ ସେମାନେ ଏହା କରିପାରିବେ।
ଜୁଲାଇ ୨ରେ ଅଜିତ ପାୱାର ଏବଂ ଛଗନ ଭୁଜବଳ, ହାସନ ମୁଶ୍ରିଫ ଏବଂ ଦିଲୀପ ୱାଲ୍ସ ପାଟିଲଙ୍କ ସମେତ ଆଠ ଜଣ ଏନସିପି ବିଧାୟକ ଏକନାଥ ଶିନ୍ଦେ ସରକାରରେ ଯୋଗ ଦେଇଥିଲେ, ଯାହା ପରେ ଦଳକୁ ବିଭାଜନର ସମ୍ମୁଖୀନ ହେବାକୁ ପଡିଥିଲା। ପରେ ଅଜିତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Share