ସୁର ପରିବାର ରାଜନୀତିରେ ନୂଆ ଟ୍ବିଷ୍ଟ: ବାପାଙ୍କ ହାତ ଛାଡିଲେ ସିଦ୍ଧାର୍ଥ

ଭୁବନେଶ୍ୱର,୩୦।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରରେ ପୁଣି ଟ୍ବିଷ୍ଟ ଆସିଛି। ବୁଧବାର ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକ ସଭା ଟିକେଟ୍‌ ପାଇବାବେଳେ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ରୋଚକ ମୋଡ ନେଇଛି। ତେବେ ପୁଣି ସୁରଙ୍କ ପରିବାରରେ ଟ୍ବିଷ୍ଟ ଆସିଛି। ସୁରଙ୍କ ବଡ଼ ପୁଅ ନିର୍ବାଚନ ଲଢିବା ନେଇ ବଡ଼ ବୟାନ ଦେଇଛନ୍ତି।

କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ମନ୍ମଥ ସାମିଲ ହେବାର କିଛି ସମୟ ପରେ ବିଜେଡି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରଥିଲା। ସେଥିରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଭାବେ ଦଳ ମନ୍ମଥଙ୍କ ଉପରେ ଭରସା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ମଥ ପଟ୍ଟନାୟକ ଦଳରେ ମିଶିବା କ୍ଷଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେଥିପାଇଁ ଶ୍ରୀମୟୀ ମିଶ୍ରଙ୍କ ବଦଳରେ ଦଳ ତାଙ୍କୁ ଏମପି ଟିକେଟ୍‌ ଦେଇଛିି। ଭାଜପା ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ତେବେ କିଛିଦିନ ତଳେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶାସକ ଦଳରୁ ଲୋକ ସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶେଷ ସମୟରେ ତାଙ୍କ ଉପରେ ଦଳ ଭରସା ନ କରି ନୂଆ କରି ବିଜେଡିରେ ସାମିଲ ହୋଇଥିବା ମନ୍ମଥଙ୍କୁ ଆଗକୁ ଛାଡ଼ିଛି।

ତେବେ ଏହାକୁ ନେଇ ଜଟଣୀ ବିଧାୟକ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ପୁଅକୁ ବୁଝାଇପାରିଲି ନାହିଁ। ବିଜେଡିରେ ମିଶିବାକୁ ମନ୍ମଥ ଜିଦ୍‌ ଧରିଲେ। ଏହା ତାଙ୍କ ଆତ୍ମାକୁ ବାଧିଛି। ତେଣୁ ନୈତିକତା ଦୃଷ୍ଟିରୁ ସେ କଂଗ୍ରେସର ଯେଉଁସବୁ ପଦରେ ଥିଲେ ସେସବୁଥିରୁ ଇସ୍ତଫା ଦେଇଛନ୍ତି। ବଡ଼ ପୁଅକୁ କଂଗ୍ରେସ ନିମାପଡ଼ାରୁ ଟିକେଟ ଦେଲେ ଘରକୁ ଘର ଯାଇ ପ୍ରଚାର କରିବେ ବୋଲି ସେ କହିଛନ୍ତି।

ଏହାକୁ ନେଇ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ସମାଲୋଚନା କରିଥିଲେ । ସେ କହିଥିଲେ, ‘ ବାପାଙ୍କ ୬୦ ବର୍ଷର ଇମେଜ ଚାଲିଗଲା । କ୍ଷମତା ଲୋଭକୁ କେହି ବି ଅଟକାଇ ପାରିବେନି । ଆମେ ଯେତେ ବୁଝାଇଲେ କ’ଣ ହେବ, କେହି ଅଟକାଇ ପାରିବେନି । ବାପାଙ୍କ ୬୦ ବର୍ଷର ଇମେଜ ସବୁ ଚାଲିଗଲା । କିନ୍ତୁ ଆମେ କଂଗ୍ରେସ ଛାଡ଼ିବୁ ନାହିଁ ।’
ଏହାସହ ସେ କହିଛନ୍ତି, ‘ଆମେ ୫-ଟିକୁ ସଲାମ କରିପାରିବୁ ନାହିଁ । ଯିଏ ଠିକ୍‌ରେ ନାହିଁ, ସେ ଅଲଗା ଲାଇନ ଧରିଲା । କେବଳ ଏତିକି ନୁହେଁ, ସାନ ଭାଇ ମନ୍ମଥ ରାଉତରାୟକୁ ନେଇ ସିଦ୍ଧାର୍ଥ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋ ଭାଇକୁ ବିଜେଡି ମୁର୍ଗା ବନାଇପାରେ।

ତେବେ ଏସବୁ କହିବାର ୨ଦିନ ନ ଜାଉଣୁ ଏବେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏକା ଲଢିବେ ବୋଲି କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଜଟଣୀରୁ ସ୍ବାଧୀନ ଭାବେ ଲଢିବାକୁ କହିଛନ୍ତି। ସେ କହିଛନ୍ତି, କଂଗ୍ରେସରୁ ଲଢିବା ପାଇଁ ମୋର ମୁହଁ ନାହିଁ। ଜଟଣୀରେ କଂଗ୍ରେସ କର୍ମୀଙ୍କ ପ୍ରତି ଅନ୍ୟାୟ ହୋଇଛି। ତେଣୁ ମୁଁ ଏବେ ଲୋକଙ୍କ ହକ୍‌ ପାଇଁ ଲଢେଇ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri