ଭ୍ରୁଣ ନିରୂପଣ ଲ୍ୟାବ୍‌ ଲିଙ୍କ୍‌ରେ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ ଅଫିସ,୨୩ା୧: ଭ୍ରୁଣ ନିରୂପଣ କରିଥିବା ଲ୍ୟାବ୍‌ ଲିଙ୍କ୍‌ରେ ଆଉ ଜଣଙ୍କୁ ଗିରଫ କରିଛି  ମଙ୍ଗଳାବାଗ  ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ ପଣ୍ଡା। ଗିରଫ ଅଭିଯୁକ୍ତଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବା ବେଳେ ସେ କଟକରେ ରହି ଏହି ମେଶିନ ଦଲାଲି କରୁଥିଲେ। ସେ ଅଲ୍ଟ୍ରାସାଉଣ୍ଡ ମେଶିନ ଯୋଗାଇଥିଲେ।

ବର୍ତ୍ତମାନ ସୁଦ୍ଧା କୌଣସି ଡାକ୍ତରଙ୍କ ସମ୍ପୃକ୍ତିର ପ୍ରମାଣ ମିଳି ନ ଥିଲେ ସୁଦ୍ଧା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ପ୍ରମାଣ ମିଳିଲେ ତୁରନ୍ତ ଗିରଫ କରାଯିବ ବୋଲି ଏସିପି ଅମିତାଭ ମହାପାତ୍ର କହିଛନ୍ତି। ମାନସ ଅଲଟ୍ରାସାଉଣ୍ଡ ମେଶିନ ରାଞ୍ଚିରୁ ଆଣିଥିବା ପୋଲିସ ଆଗରେ କହିଥିବା ବେଳେ କଟକ କମିଶନରେଟ ପୋଲିସର ଏକ ଟିମ୍‌ ରାଞ୍ଚି ଯିବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି।

Share