Categories: ଜାତୀୟ

ବଢୁଛି ଜିକା ଭାଇରସ ରୋଗୀଙ୍କ ସଂଖ୍ୟା, କାନପୁରରେ ଆଉ ଜଣେ ମହିଳା ଚିହ୍ନଟ

କାନପୁର,୨ ।୧୧: ଉତ୍ତର ପ୍ରଦେଶରେ ଆଉ ଜଣେ ମହିଳା ଜିକା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ) ଲକ୍ଷ୍ନୌର ମାଇକ୍ରୋବାୟୋଲୋଜି ବିଭାଗ ଏହାର ସୂଚନା ଦେଇଛି । ଏହାକୁ ମିଶାଇ ଏବେ କାନପୁରରେ ମୋଟ ୧୧ ଜିକା ଭାଇରସ ରୋଗୀ ଚିହ୍ନଟ ହୋଇ ସାରିଲେଣି । ଏମାନଙ୍କ ମଧ୍ୟରେ ୫ ମହିଳା ଥିବା ବେଳେ ଜଣେ ଗର୍ଭବତୀ ଥିବା ଜଣାପଡିଛି । ସୋମବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଚକେରି ଅଞ୍ଚଳରେ ଅଢେଇ ହଜାର ଘରର ସର୍ଭେ କରି ଜିକା ସନ୍ଦିଗ୍ଧ ଜ୍ୱର ହୋଇଥିବା ରୋଗୀଙ୍କ ସାମ୍ପଲିଂ କରିଛି । ଜିକା ସଂକ୍ରମଣକୁ ଦେଖି ଚକେରି ଅଞ୍ଚଳର ପାଖାପାଖି ୩ କିଲୋମିଟର ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

Share