କୁଚିପୁଡି ନାଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଝିଅ ଅନୁଷ୍କା ସୁନକ

ଲଣ୍ଡନ,୨୬ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ୯ ବର୍ଷର ଝିଅ ଅନୁଷ୍କା ସୁନକ ଲଣ୍ଡନରେ ଆୟୋଜିତ ‘ରଙ୍ଗ’ରେ କୁଚିପୁଡି ନୃତ୍ୟ ପରିବଶେଷ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନୁଷ୍କା କେତେଜଣ ଶିଶୁଙ୍କ ସହ ମିଶି ଏହି ନୃତ୍ୟ ପରିବେଷଣ କରିଛନ୍ତି ।
ସୂଚନାଯୋଗ୍ୟ, ‘ରଙ୍ଗ’ ଅନ୍ତରାଷ୍ଟ୍ରୀୟ କୁଚିପୁଡି ନୃତ୍ୟ ମହୋତ୍ସବ ୨୦୨୨ର ଅଂଶ ଥିଲା । ଏହା ବ୍ରିଟେନରେ ଏହି ନୃତ୍ୟ ଶୈଳୀର ସବୁଠାରୁ ବଡ ଉତ୍ସବ । ଏଥିରେ ସବୁ ପିଢିର ଲୋକେ ସାମିଲ ହୋଇଥାଆନ୍ତି । ଶୁକ୍ରବାର ହୋଇଥିବା ଏହି କାର୍ଯ୍ୟକ୍ରମରେ ୪ରୁ ୮୫ ବର୍ଷ ବୟସର ପ୍ରାୟ ୧୦୦ କଳାକାର ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରେ ସଙ୍ଗିତକାର, ବରିଷ୍ଠ ନାଗରିକ, ନୃତ୍ୟଶିଳ୍ପୀ, ହ୍ୱିଲଚେୟାର ଡ୍ୟାନ୍ସର, ନଟରଙ୍ଗ ଗ୍ରୁପ, ପୋଲାଣ୍ଡର ଛାତ୍ର ସାମିଲ ଥିଲେ ।

Share